ଗଜପତି ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ….

ପାରଳାଖେମୁଣ୍ଡି(ପ୍ରବୀଣ ଲିମା): ଗଜପତି ଜିଲ୍ଲା ସଦରମହକୁମା ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀଯୁକ୍ତ ଦାଶ ୧୧ ମାସ ୧୫ ଦିନ ଧରି ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ରହି ଅନେକ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ କରିଆସୁଥିଲେ । ବର୍ତ୍ତମାନ ସେ ସ୍ବାସ୍ଥ୍ୟ ଓ ପାରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାବରେ ବଦଳି ହୋଇଛନ୍ତି । ସେ ଜଣେ ମିଷ୍ଟଭାଷୀ, ଦକ୍ଷ ପ୍ରଶାସକ, ପରିଶ୍ରମୀ ପ୍ରଶାସକ ବାଭରେ ଜିଲ୍ଲାର ସମସ୍ତ କର୍ମଚାରୀମାନଙ୍କୁ ନେଇ ଗୋଟିଏ ଟିମ୍ ଭାବରେ ଗଠନ କରି କାର୍ଯ୍ୟ କରିଆସୁଥିଲେ । ତାଙ୍କର ସରଳ ଓ ଅମାୟିକ ବ୍ୟବହାର ପାଇଁ ସେ ଜିଲ୍ଲାର ସମସ୍ତ କର୍ମଚାରୀ, ଜନସାଧରଣ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନଙ୍କଠାରେ ନିକଟତର ହୋଇପାରିଥିଲେ । ଗଜପତି ଜିଲ୍ଲାର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା, ତାଙ୍କ ସମୟରେ ବିଭିନ୍ନ ଜନକଲ୍ୟାଣ କାରି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନା କରି ଆସୁଥିଲେ । ଏହି ବିଦାୟକାଳୀନ ସଭା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଶଙ୍କର କେରକେଟା, ଅତିରିକ୍ତ ଜିଲ୍ଲାପାଳ (ରାଜ୍ଵସ୍ଵ) ଶ୍ରୀ ମୁନିଦ୍ର ହାନେଗା, ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ପ୍ରକଳ୍ପ ପ୍ରଶାସକ, ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଅଂଶୁମାନ ମହାପାତ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ସଭାରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ଓ ବରିଷ୍ଠ ନାଗରିକ ପ୍ରମୁଖ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ସଭାରେ ଉପସ୍ଥିତ ଥିଲେ ।