ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ପୁରସ୍କୃତ….

ପାରଳାଖେମୁଣ୍ଡି(ପ୍ରବୀଣ ଲିମା): ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଆୟୋଜିତ  ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ଦ୍ଵିତୀୟ ସ୍ଥାନ ଅଧିକାର କରି  ଜିଲ୍ଲାକୁ ଗୌରବନ୍ଵିତ କରିଛିନ୍ତି ସ୍ଥାନୀୟ ଗାନ୍ଧୀ ସ୍ମୃତି ପ୍ରାଥମିକ ବିଦ୍ୟାଳୟ ପାରଳାଖେମୁଣ୍ଡିର ସପ୍ତମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଯସ୍ମିନ ବରାଡ l ରାଜ୍ୟ ସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ୬୮ତମ ସ୍ୱର୍ଣ୍ଣ କ୍ଷେତ୍ର ଦିବସ (ଜୁଲାଇ ୨୫) ପାଳନ ନିମନ୍ତେ ଯେଉଁ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ସେଥିରେ ଆମ ଜିଲ୍ଲାକୁ ପ୍ରତିନିଧିତ୍ଵ କରିବା ସହ  ସେଥିରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଆମ ଜିଲ୍ଲାକୁ ଗୌରବନ୍ୱିତ କରିଛନ୍ତି ଓ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା ।