ଚକାପାଦ(ବାଳକୃଷ୍ଣ କହଁର): ଚକାପାଦ ବ୍ଲକ ଶଙ୍କରାଖୋଲରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଛି l ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ଅଧକ୍ଷତା କରିଵା ସହ ସମସ୍ତ ଅଧ୍ୟାପକ ତଥା ଅଧ୍ୟାପିକାମାନେ ନିଜ ନିଜର ପରିଚୟ ଦେଇଥିଲେ l ବିଦ୍ୟାଳୟର ନୀତିନିୟମ, ସମସ୍ତ ସୁବିଧା, ଅଧ୍ୟୟନ, ଶୃଙ୍ଖଳା, କ୍ରୀଡା, ସଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରେଣୀର ୭୫ ପ୍ରତିଶତ ଉପସ୍ଥାପନ ରହିବା ପାଇଁ ଜଣେଇଥିଲେ ଏବଂ ବିଦ୍ୟାଳୟ ପରିସରରେ ରାଗିଙ୍ଗ, ନିର୍ଯାତନା, ଅଶ୍ଳୀଳତା, ଆଦି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସୂଚନା ଦେଇଥିଲେ l ଉତ୍ସବରେ ନୂତନ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିବା ବେଳେ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ l ଏଥିରେ ଅଧ୍ୟାପକ ଡ଼ଃ ବାବୁଲା ପଟ୍ଟଯୋଶୀ ଉତ୍ସବର ବିବରଣୀ ପଠନ କରିଥିବା ବେଳେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l