ରୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ତିନିଟି ଗ୍ରାମରେ ଚିହ୍ନଟ ହୋଇଥିବା ହେଲ୍ଥ୍ କାର୍ଡ ଲାଭାନ୍ବିତ ବ୍ୟକ୍ତିଙ୍କ ଇକେୱାଇଶି ପ୍ରକ୍ରିୟା ବିଗତ ୩ ମାସ ଧରି ଅଟକିଥିଲା । କାର୍ଡଗୁଡ଼ିକ ଏଏସଏଚଏ କାର୍ଯ୍ୟକର୍ତ୍ତାଙ୍କ ନିକଟରେ ବଣ୍ଟନ ପାଇଁ ସ୍ଥଗିତ ଥିଲେ ମଧ୍ୟ ସରକାର ନିୟୁକ୍ତ ସିଏସ୍ ସି ଅପରେଟର ଦୂର ଅବସ୍ଥିତ ଥିବାରୁ ଅଦ୍ୟତନ କାମ ସମ୍ଭବ ହେଉନଥିଲା । ଏହି ସମସ୍ୟାକୁ ଦୂର କରିବା ପାଇଁ ଶିଡିଶୀ ଅର୍ଗାନାଇଜେସନ ଓ ଏଫ୍ ଏଫ୍ ଭି ଡିପି (ପରିବାରକୁ କେନ୍ଦ୍ର କରି ଗ୍ରାମର ଉନ୍ନୟନ କାର୍ଯ୍ୟକ୍ରମ)ର ସମ୍ମିଳିତ ପ୍ରୟାସରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା । ପ୍ରୋଗ୍ରାମ୍ ମ୍ୟାନେଜର ବିଜୟ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମଟି ଲିଡର୍ସିପ୍ ପ୍ରୋଜେକ୍ଟ ଅଫିସର ଜୟଲକ୍ଷ୍ମୀ ବେହେରା ଓ ମିସ୍ ଅଫିସର ନିରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ସଫଳତାର ସହିତ ସଂପନ୍ନ ହେଲା ।
ଅଭିଯାନ ଅନୁସାରେ ତିନିଟି ଗ୍ରାମରେ ସଫଳ ଭାବରେ ଅଦ୍ୟତନ କରାଯାଇଛି:
ସିଙ୍ଗୁଭୁଞ୍ଜନ ସାହି – ୪୮ ପରିବାର (୧୫୪ ବ୍ୟକ୍ତି)

ସରଗି ସାହି – ୩୯ ପରିବାର (୧୧୨ ବ୍ୟକ୍ତି)
ସାଉଠା ସାହି – ୧୪ ପରିବାର (୩୯ ବ୍ୟକ୍ତି)
ମୋଟ ୧୦୧ ପରିବାରର ୩୦୫ ବ୍ୟକ୍ତିଙ୍କ ଇକେୱାଇଶି ସଫଳ ଭାବେ ଅଦ୍ୟତନ କରାଯାଇଛି । ଏହି କାର୍ଡ ଦ୍ୱାରା ପ୍ରତ୍ୟେକବ୍ୟକ୍ତି ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା କଭରେଜ୍ ଓ ମହିଳାମାନଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କା ଅନୁଦାନ ମିଳିବ । ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମ ପାଇଁ ଖୁସି ପ୍ରକାଶ କରିଛନ୍ତି, କାରଣ ଚିକିତ୍ସା ଖର୍ଚ୍ଚ ତାଙ୍କ ପାଇଁ ଗଭୀର ଅର୍ଥନୈତିକ ଚାପ ଥିଲା । ଏହି ପଦକ୍ଷେପ ଦ୍ୱାରା ସେମାନେ ସୁସ୍ଥ ଓ ନିର୍ବିଘ୍ନ ଜୀବନର ଆଶା ଦେଖୁ ଥିବା କହିଛନ୍ତି ।