ସୂନ୍ଦର ମାଧବ ଵେଦ କର୍ମକାଣ୍ଡ ବିଦ୍ୟାଳୟର ଶିକ୍ଷା ସଂସ୍କୃତି ଓ ସମୃଦ୍ଧି ୨୦୨୫-୨୦୩୦ ଶୁଭାରମ୍ଭ….

ହିଞଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନେତାଜୀ ପାର୍କ ନିକଟସ୍ଥ ସାଂସ୍କୃତିକ ଭବନ ପରିସରରେ  ହିଞ୍ଜିଳିକାଟୁ ସୂନ୍ଦର ମାଧବ ଵେଦ କର୍ମକାଣ୍ଡ ବିଦ୍ୟାଳୟର ଦ୍ଵିତୀୟ  ପରିଯୋଜନା ଶିକ୍ଷା ସଂସ୍କୃତି ଓ ସମୃଦ୍ଧି ୨୦୨୫-୨୦୩୦ର ଶୁଭାରମ୍ଭ ହୋଇଯାଇଛି । ମହର୍ଷି ବେଦବ୍ୟାସ ସାଂସ୍କୃତିକ ବିଦ୍ୟା ପରିଷଦ କଲ୍ୟାଣ ଟ୍ରଷ୍ଟର ସଭାପତି ସଙ୍କର୍ଷଣ ପାଠୀଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ସଂଯୋଜକ ଭାବେ ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ  ତଥା ଜିଲ୍ଲା ସଂସ୍କୃତି ଅଧିକାରୀ  ରବିନାରାୟଣ ବେହେରା, ବିଶିଷ୍ଟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,  ସମ୍ମାନିତ ଅତିଥି ଭାବେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ଵିଦ୍ୟାଳୟର ପ୍ରଧାନ ଶିକ୍ଷକ  ଉପେନ୍ଦ୍ର କୁମାର ସାବତ, ମୁଖ୍ୟ ବକ୍ତା ଭାବେ ରାମାଧିନ ସଂସ୍କୃତି ମହାବିଦ୍ୟାଳୟ ବ୍ରହ୍ମପୁର ଅଧ୍ୟକ୍ଷ ମହନ୍ତ ଡ଼ ହରିହର ଦାସ ଓ ସୂନ୍ଦର ମାଧବ ଵେଦ କର୍ମକାଣ୍ଡ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିପ୍ତିରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ ।  ପ୍ରଥମେ ଅତିଥିମାନଙ୍କ ଦ୍ଵାରା ପ୍ରଦିପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ‌ପରେ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଦ୍ଵାରା  ସଙ୍ଗୀତ ଗାନ କରାଯାଇଥିଲା।କୁନୀ ବିଦ୍ୟାର୍ଥୀଙ୍କ ଦ୍ବାରା ସଂସ୍କୃତ ଭାଷାରେ ଭାଷଣ ସହ ଵେଦ ମନ୍ତ୍ର ଓ ଶିକ୍ଷାର ବିସ୍ତାର କରିଥିଲେ । ପ୍ରକୃତ ଶିକ୍ଷା ମନୁଷ୍ୟକୁ ଜ୍ଞାନର ସର୍ବୋଚ୍ଚ ଶିଖରରେ ପହଞ୍ଚାଇଥାଏ । ବୈଷୟିକ ଶିକ୍ଷା ହେଉ ଅବା ନୈତିକ ଶିକ୍ଷା, ଉଭୟକୁ ସକାରାମତ୍କ ଭାବେ ଗ୍ରହଣ କଲେ ବିଦ୍ୟାର୍ଥୀ ଜୀବନରେ ଉନ୍ନତି କରିଥାଆନ୍ତି । ଏହି ଶିକ୍ଷାକୁ ଉଚିତ ମାର୍ଗରେ ଶିକ୍ଷାର୍ଥୀଙ୍କ ନିକଟରେ ଉପସ୍ଥାପନା କରିବା ଦାୟିତ୍ୱ ଗୁରୁଙ୍କର । ତେଣୁ ଶିକ୍ଷକଙ୍କ ଉପରେ ନ୍ୟସ୍ତ ଥାଏ ଶୃଙ୍ଖଳିତ ଓ ସଫଳ ଛାତ୍ର ଗଠନର ଦାୟିତ୍ୱ । ଶିକ୍ଷକଙ୍କ କର୍ତ୍ତବ୍ୟ ସେମାନେ ଛାତ୍ରୀଛାତ୍ରମାନଙ୍କୁ ବୌଦ୍ଧିକ, ସାମାଜିକ, ଶାରୀରିକ, ଭାବନାମତ୍କ ଓ ନୈତିକ ଭାବରେ ବିକଶିତ କରିବାରେ ସହାୟକ ହେବ ବୋଲି  ସଯୋଜକ ଶ୍ରୀ ପାଣିଗ୍ରାହୀ ମତ ପୋଷଣ କରିଥିଲେ।ଭାରତରେ ଗୁରୁ-ଶିକ୍ଷ୍ୟର ପରମ୍ପରା ଆବାହମାନ କାଳରୁ ଚାଲିଆସିଛି । ଗୁରୁମାନଙ୍କ ଜୀବନ ସର୍ବଦା ସମର୍ପିତ ହୋଇଥାଏ ଶିଷ୍ୟ ତଥା ସମାଜର ଉନ୍ନତି ନିମନ୍ତେ । ଏହାଦ୍ୱାରା ସମାଜକୁ ସେମାନେ ସଚେତନପୂର୍ଣ୍ଣ ନାଗରିକ ଦେଇପାରିବେ ବୋଲି ଅତିଥି ଵୃନ୍ଦ କହିଥିଲେ ।