ପୌର ପରିଷଦର ସ୍ମାର୍ଟ ଶ୍ମଶାନରେ ଅଜଣା ବ୍ଯକ୍ତିଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ଠାବ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଖଣ୍ଡରା ଛକ ସ୍ମାର୍ଟ ଶ୍ମଶାନ ପରିସରରୁ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ବ୍ୟକ୍ତି ଜଣକ ଡେଙ୍ଗାଡି ଗ୍ରାମର ଶିବରାମ ସୁଆଁସିଆ ବୋଲି ଜଣାପଡିଛି । ପୁଲିସ ଖବର ପାଇଁ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁସାରେ ଗତ ଚାରି ଦିନ ତଳେ ଶିବରାମ ପରିବାର ସହିତ କୌଣସି କାରଣରୁ ପାଟିତୁଣ୍ଡ ହୋଇ ଘରୁ ଚାଲିଆସିଥିଲେ । ଘଟଣା ସ୍ଥଳରେ ହିଞ୍ଜିଳି ପୁଲିସ ଓ ସାଇଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି । ହିଞ୍ଜିଳି ପୁଲିସ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିବା ଜଣାପଡିଛି l ଶବ୍ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି l