ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ରାଇକିଆ ଆଦର୍ଶ ବିଦ୍ୟାଳୟ ଟର୍ଣ୍ଣିଂ ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ହୋଇ ଧକ୍କା ଲାଗିବା ଫଳରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଏବଂ ତିନିଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ରିପନ ଡିଗାଲ, ଗ୍ରାମ ଜିଡୁବାଡି ବୋଲି ଜଣା ପଡିଛି l ବାଇକ ବହୁତ ଦ୍ରୁତଗତି ଥିବା ବେଳେ ବୁଲାନୀରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା l ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ରାଇକିଆ BASS ସେବକ ସଂଘ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ରାଇକିଆ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସ୍ଥାନୀୟ ପ୍ରଶାସନ ଓ ପୁଲିସ କର୍ମୀମାନେ ତତକ୍ଷଣାତ୍ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୁରୁତର ଆହତମାନଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଜରୁରୀ ଚିକିତ୍ସା ପାଇଁ ପଠାଇବା ପାଇଁ ପ୍ରସ୍ତୁତ କରାଯାଉଛି। ପୁଲିସ ବର୍ତ୍ତମାନ ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛନ୍ତି ।