ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ତାଳମଣ୍ଡା ଗ୍ରାମର ମୁଖ୍ୟ ରାସ୍ତାରେ ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହେଇ ଯାଇଛି । ଯାହା ଫଳରେ ଉକ୍ତ ରାସ୍ତାରେ ଯାତାୟତ ଠପ୍ ହୋଇ ଯାଇଥିଲା । ପରେ ଖବର ପାଇ ରାୟଗଡ ଅଗ୍ନିଶମ ବାହିନୀର ଯବାନମାନେ ପହଞ୍ଚି ଉକ୍ତ ଗଛଟିକୁ କାଟି ରାସ୍ତା ଅବରୋଧ ହଟାଇ ଥିଲେ । ଯାହାକୁ ନେଇ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଅପରାହ୍ନ ପାଞ୍ଚଟା ବେଳେ ଏନେଇ ସୂଚନା ପ୍ରଦାନ କରାଯାଇଛି ।