ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ଗ୍ରାମ ଠାରେ ଆଜି ରାତ୍ର ଦଶଟା ବେଳେ ପିକଅପ ଭ୍ୟାନ ଧକ୍କାରେ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି । ଆହାତ ବ୍ୟକ୍ତି ଜଣଙ୍କ ହେଲେ ପୋଲାୟା ବୋଲି ଜାଣିବାକୁ ମିଳିଛି । ସୂଚନା ପ୍ରକାରେ ମ୍ୟାକ୍ସ ପିକ ଅପ ଭ୍ୟାନଟି ପାରଳାଖେମୁଣ୍ଡିରୁ କଟକ ଅଭିମୁଖେ ଫେରୁଥିବା ବେଳେ କୌଣସି କାରଣରୁ ପାଲଆୟା ନାମକ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ସେ ଛିଟିକି ପଡ଼ି ଗୁରୁତ୍ତର ହୋଇ ପଡ଼ିଥିଲେ.। ପରେ ଗ୍ରାମବାସୀ ଗୁରୁତ୍ତର ବ୍ୟକ୍ତିଙ୍କୁ ରାୟଗଡ଼ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି ଥିଲେ । ଅନ୍ୟ ପଟେ ମ୍ୟକ୍ସ ପିକ୍ ଅପ ଭ୍ୟାନ ଡ଼୍ରାଇଭର ଦାମୋଦର ବିଶୋଇକୁ କିଛି ଲୋକ ମାଡ ଦେଇଥିବା ବେଳେ ତାଙ୍କୁ ବି ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆ ଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l