ଭଞ୍ଜନଗର(ନିଲୁ ବିଷୋୟୀ): ଦୁର୍ଘଟଣାରେ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବାରୁ ୨ଜଣ ଯୁବକଙ୍କୁ ପୁରସ୍କୃତ କରାଯାଇଛି । ଆଜି ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗୁଡ ସାମାରିଟାନ ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟଙ୍କୁ ସମ୍ବର୍ଦ୍ଧିତ କରିବା ସହ ସରକାରଙ୍କ ପକ୍ଷରୁ ରହିଥିବା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ତାରସିଂ ଥାନା ଘୋଗଡ ନିକଟ ଠାରେ ହୋଇଥିବା ଏକ ଦୁର୍ଘଟଣା ଆହତ ବ୍ୟକ୍ତିଙ୍କୁ ସେହି ଗ୍ରାମର ଭାବଗ୍ରାହୀ ମଲ୍ଲିକ ଓ ବସନ୍ତ ଜାନୀ ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏନେଇ ତାରସିଂ ଥାନା ଅଧିକାରୀ ପରିବହନ ବିଭାଗକୁ ଅବଗତ କରିବା ପରେ ଆଜି ସେମାନଙ୍କୁ ଗୁଡ ସମରଟିଆନ୍ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏନେଇ ପରିବହନ ଅଧିକାରୀ ଶ୍ରୀ ରାୟ କହିଛନ୍ତି ଯେ, ଦୁର୍ଘଟଣା ଘଟିବା ପରେ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ଦ୍ବାରା ଅନେକାଂଶରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକି ହେବ । ଜିରୋ ଆୱାର ଏକ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏଭଳି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରୁଥିବା ଲୋକଙ୍କୁ ଉତ୍ସାହିତ କରିବା ଦିଗରେ ଏଭଳି ପଦକ୍ଷେପ ନିଆଯାଉଥିବା ବେଳେ ସମସ୍ତ ଜନସାଧାରଣ ଏଦିଗରେ ସହାୟତାର ହାତ ବଢାଇବା ଉଚିତ ବୋଲି ପ୍ରକାଶ କରିଛନ୍ତି ।