ରାକୋଟ(ସୁନୀଲ କୁମାର ଚୌଧୁର): ବାଲେଶ୍ଵର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୃତି ଘଟଣାରେ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ସହ ଆଠ ଗୋଟି ଦଳ ତରଫରୁ ଡାକରା ଦିଆଯାଇଥିବା “ଓଡିଶା ବନ୍ଦ”ର ପ୍ରଭାବ ଆଜି ଧରାକୋଟ ଏବଂ ଆସିକା ରେ ଦେଖିବାକୁ ମିଳିଛି । ଆଜି ଧରାକୋଟ , ମୁଣ୍ଡମରାଇ, ଦଶମାଇଲି, ମାଣିକପୁର, ଢ଼ଉଗାଁ ଏବଂ ଆସିକା କାଳଷଣ୍ଢ ପୁର, ବିଜୁପଟନାୟକ ଛକ, ବାଷ୍ଟାଣ୍ଡ ମଧ୍ୟ୍ୟ ବିକ୍ଷୋଭ ଜୋର ଧରିଥିଲା । ସକାଳୁ ସକାଳୁ କଂଗ୍ରେସ, ସିପିଆଇ, ସିପିଆଇଏମଏଲ ଇତ୍ୟାଦି ଦଳର କର୍ମୀମାନେ ମିଳିତ ଭାବରେ ବନ୍ଦ ଡାକରାରେ ସାମିଲ ହୋଇଥିଲେ । ଧରାକୋଟ ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁନିଲ ଚୌଧୁରୀ, କଂଗ୍ରେସ କମିଟିର ବରିଷ୍ଠ ସଭ୍ୟ ସୋମନାଥ ମହାନ୍ତି, ସୁଧାକର ସ୍ବାଇଁ, କୁନା ସ୍ୱାଇଁ, ରାଜା ସେଠି, ଶତ୍ରୁଘ୍ନ ଗୌଡ଼, ଶିବ ବାରିକ, ପ୍ରଫୁଲ୍ଲ ଦାସ, ଲୁଲୁ ପାତ୍ର, ନିରଂଜନ ଛାଟୋଇ ପ୍ରମୁଖ ଧରାକୋଟ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ବିଜେପି ସରକାର ବିରୁଦ୍ଧରେ ନାରାବାଜି କରିବା ସହ ବ୍ଲକ, ତହସିଲ, ଅନୁନିବନ୍ଧକ କାର୍ଯ୍ୟାଳୟ,ସମସ୍ତ ସରକାରି କାର୍ଯ୍ୟଳୟ, ସ୍କୁଲ,କଲେଜ, ଦୋକାନ, ବଜାର ସବୁ ବନ୍ଦ କରିଥିଲେ । ସେହିପରି ସି ପି ଆଇ ଏମ ଏଲ ଏନ ଡି ତରଫରୁ ମାଣିକପୁର ଠାରେ ରାସ୍ତା ଘାଟ, ଦୋକାନ ବଜାର,ସହ ଶିକ୍ଷାନୁଷ୍ଠାନ ସବୁ ବନ୍ଦ କରାଯାଇଥିଲା । ଏଥିରେ ବ୍ଲକ ସଭପତି ନରସିଂହ ଦଳବେହେରା, ଏ ଆଇ କେ ଏମ ଏସର ରାଜ୍ୟ ସଂପାଦକ ପ୍ରତାପ ନାୟକ, ବ୍ଲକ ସଂପାଦକ ଯକ୍ଷ ଗମାଙ୍ଗ, ବ୍ଲକ କମିଟି ସଭ୍ୟ ସୁକୁରୁ ଗମାଙ୍ଗ, ଦୟାନିଧି ସେଠୀ, ଝିଲିକା ଗମାଙ୍ଗ, ଲିଙ୍ଗା ଗମାଙ୍ଗ, ଚରଣ ଗମାଙ୍ଗ ପ୍ରଭୃତି ଶତାଧିକ ବ୍ୟକ୍ତି ସାମିଲ ହୋଇଥିଲେ । ଆଜିର ବନ୍ଦ ପାଳନ ଯୋଗୁଁ ଗାଡି ମଟର ସମ୍ପୂର୍ଣ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଜନ ଜୀବନ ଯାତ୍ରା ସଂପୂର୍ଣ ଠପ ହୋଇଯାଇଥିଲା ।