ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଆଜି ଓଡିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ରେ ଦେଖିବାକୁ ମିଳିଛି। ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଳକରେ ଏହି ବନ୍ଦ ଶାନ୍ତି ପୁର୍ଣ୍ଣ ଭାବରେ ଚାଲିଛି । କଂଗ୍ରେସ ଦଳର କର୍ମୀମାନେ ମିଶି ପିକେଟିଂ କରି ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ, ଗାଡ଼ି ମୋଟର ଓ ଦୋକାନ ବଜାର ବନ୍ଦ କରିଛନ୍ତି । ବାଲେଶ୍ଵର ଏଫ୍ ଏମ କଲେଜ୍ ଛାତ୍ରୀଙ୍କ ମୃତ୍ୟୁ ଘଟଣା କୁ ନେଇ କଂଗ୍ରେସ ବନ୍ଦ ଡାକରା ଦେଇଥିବା ବେଳେ ଜିଲ୍ଲାରେ ମଧ୍ଯ ବନ୍ଦ ପାଳନକୁ ଜୋରଦାର କରାଯାଇଛି । ସମସ୍ତ ସରକାରୀ ବେସରକାରୀ ବ୍ଳକ୍ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ବ୍ୟାଙ୍କ,ଅଫିସ ଓ ଯାନବାହାନ ଚଳାଚଳ ବନ୍ଦ ରହିଛି । ରାଜ୍ୟ ସରକାର ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବି ସହ କୁଶ ପୁତ୍ତଳିକା ଦାହ କରିଛନ୍ତି କଂଗ୍ରେସ କର୍ମୀ ।