ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ୠଷିମାଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୌନ ଶୋଷଣ ନିବାରଣ ଆଇନ ୧୦୧୩ ଓ ୟୁ ଜି ସି ରେଜୁଲେସନ୍ ୨୦୧୫ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଭାସ୍କର ଚରଣ ନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଆଇନଜୀବୀ ତଥା ପୂର୍ବତନ ଛାତ୍ର ରଞ୍ଜିତ କୁମାର ମନ୍ତ୍ରୀ ଓ ରୀନା ପ୍ରଧାନ, ଅଧ୍ୟାପକ ଉପେନ୍ଦ୍ର କୁମାର ଛାଟିଆ, ଅକ୍ଷୟ କୁମାର ବେହେର ଦଳେଇ, ଅମିତ କୁମାର ନାୟକ, ମନୋରଞ୍ଜନ ସିଂ ସମୀର ପ୍ରସାଦ ମାଇକେଲ, ବିମଳ କୁମାର ବସ୍ତ ରାୟ, କ୍ରିଷ୍ଣା କୁମାର ମାଝୀ, ସୁଜ୍ଞାନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମ ଜରୀଆରେ ଆଇନଜୀବି ରଞ୍ଜିତ ମନ୍ତ୍ରୀ ଓ ରୀନା ପ୍ରଧାନ (ପ୍ରିଭେନସନ୍ ଅଫ ସେକ୍ସୁଆଲ ହାରାସମେଣ୍ଟ) ଯୌନ ଶୋଷଣ ଭଳି ସମସ୍ୟା ସମ୍ମୁଖୀନ ହେଉଥିବା ମହିଳାମାନେ କିଭଳି ଆଇନର ଆଶ୍ରୟ ନେଇପାରିବେ, କେଉଁ ଘଟଣା ପାଇଁ କିଭଳି ଅଭିଯୋଗ କରିବେ ଓ କଣ ସବୁ ଦଣ୍ଡ ବିଧାନ ରହିଛି ସେ ନେଇ ବିସ୍ତୃତ ଆଲୋଚନା କରି ଆଇନ ଗତ ପରାମର୍ଶ ପ୍ରଦାନ କରିଥିଲେ । ବାଲେଶ୍ଵର ଏଫ୍ ଏମ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟା ଶ୍ରୀଙ୍କ ଆତ୍ମ ଆହୁତି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହେବ ଏଥିପାଇଁ ମହାବିଦ୍ୟାଳୟ ପକ୍ଷରୁ ସଚେତନା ସୃଷ୍ଟି କରଯାଇଛି । ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । କୌଣସି ଛାତ୍ରୀ କିମ୍ବା ମହିଳା କର୍ମଚାରୀମାନେ ଯୌନ ଶୋଷଣ ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସରକାରଙ୍କ ଦ୍ଵାରା ଜାରି କରଯାଇଥିବା ୧୮୧ ସହାୟତା ନମ୍ବରକୁ ଫୋନ କରି ଅଭିଯୋଗ କରି ପାରିବେ । ଏଣୁ ମହାବିଦ୍ୟାଳୟ ପକ୍ଷରୁ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇ ସି ସି ) ଗଠନ କରାଯାଇଛି । ଏହି କମିଟିରେ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କ ମଧ୍ୟରୁ ସମୀର ପ୍ରସାଦ ମାଇକେଲ, ବିମଳ କୁମାର ବସ୍ତରାୟ, କ୍ରିଷ୍ଣା କୁମାର ମାଝୀ, ସୁଜ୍ଞାନ ସାହୁ ରହିଥିବା ବେଳେ ଛାତ୍ରୀମାନଙ୍କ ମଧ୍ୟରୁ ସଙ୍ଗୀତା ନାୟକ, ତପସ୍ଵିନୀ ନାୟକ, ରାକ୍ଷୀ ପରିଚ୍ଛା, ସଙ୍ଗୀତା ପାଣି ରହିଛନ୍ତି । ମହାବିଦ୍ୟାଳୟ ପକ୍ଷରୁ ଜନରାନୀ ବଳିଆର ସିଂଙ୍କୁ ଶକ୍ତି ଶ୍ରୀ ସାଥୀ ଭାବେ ଚୟନ କରଯାଇଛି l ପ୍ରତ୍ୟେକ ଛାତ୍ରୀ ତଥା ମହିଳା କର୍ମଚାରୀମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି । ମହିଳାମାନେ ଯୌନ ଶୋଷଣର ଶିକାର ହେବା ସହ ଅସାମାଜିକ ବ୍ୟକ୍ତିମାନେ ଅଶ୍ଳିଳ ଇଙ୍ଗିତ କରିବା, କମେଣ୍ଟ କରିବା ଓ ଅସଭ୍ୟ ଆଚରଣ ଦ୍ଵାରା କଲେଜ ଆସୁଥିବା ଛାତ୍ରୀମାନଙ୍କୁ ହାରାସ କରିବା ଆଦି ବିଭିନ୍ନ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି l ଏଣୁ ସରକାରଙ୍କ ଦ୍ଵାରା ଜାରି କରାଯାଇ ଥିବା ସହାୟତା ନମ୍ବର ଓ ଆଜି ଏହି କର୍ମଶାଳାରେ ପ୍ରଦାନ କରଯାଇଥିବା ଆଇନଗତ ପରାମର୍ଶ ନାରୀ ସୁରକ୍ଷା ପାଇଁ ବେସ ସହାୟକ ହେବ ବୋଲି ଛାତ୍ରୀମାନେ ମତ ପୋଷଣ କରିଛନ୍ତି ।
ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଥମ ଦ୍ୱିତୀୟ ଓ ତୃତୀୟ ବର୍ଷ କଳା ଓ ବାଣିଜ୍ୟର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଅଧ୍ୟାପକ ଅକ୍ଷୟ କୁମାର ବେହେର ଦଳେଇ ମଞ୍ଚ ପରିଚାଳନା କରିଥିଲେ ଏବଂ ଅଧ୍ୟାପକ ଅମିତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Prev Post