ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ 17 ତାରିଖରେ କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ ଦେଖିବାକୁ ମିଳିଛି l ଫକିର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦକୁ ସମର୍ଥନ କରି କୋଟଗଡ ବ୍ଲକ ଠାରେ ରାସ୍ତା ରୋକ କରାଯାଇଛି । ରାଜ୍ୟ ସରକାରଙ୍କୁ ସମାଲୋଚନା କରି କଂଗ୍ରେସ ରାଜରାସ୍ତାକୁ ଅବରୋଧ କରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ବିକ୍ଷୋଭ ପ୍ରଦର୍ଶନ ପିସିସି ସଭାପତିଙ୍କ ନିର୍ଦେଶ କ୍ରମେ ହେଇଥିବା ବେଳେ କୋଟଗଡ ବ୍ଲକ୍ କଂଗ୍ରେସ କର୍ମିମାନେ ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ନିଜର ଦାବି ଉପସ୍ଥାପନ କରିଥିଲେ । କୋଟଗଡରେ ଦୋକାନ ବଜାର ବନ୍ଦ ରହି ଥିବା ବେଳେ ସମସ୍ତ ଯାନ ବାହନ ଚଳାଚଳ ଠପ ଥିଲା l ଯେଉଁ ପର୍ଯ୍ୟନ୍ତ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ କୋଟଗଡ ବ୍ଲକରେ କଂଗ୍ରେସ କମିଟି ରlଜ ରାସ୍ତାକୁ ଉଲ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି l କୋଟଗଡ ବ୍ଲକ କଂଗ୍ରେସ କମିଟି ଜିରୀମିୟ ସୁନାମାଝି, ସିମନ ମଳିକ, ଗୁରୁଦେବ ନାୟକ, ସୁରଦା ପ୍ରଧାନ, ରାଜକିଶୋର ବଳିୟାରସିଂ, ତତ୍ତ ପ୍ରଧାନ, ଧିରେନ ବଳିୟାରସିଂ, ସରଜ ବେହେରା ମଝି, ଜହନ ଦିଗାଲ, କାମଦେବ ଶୁକମାଝି, ମିଥୁନ ମୁଣ୍ଡlମାଝି, ନିଥନିଏଲ ମୁଣ୍ଡlମାଝିଙ୍କ ନେତୃତ୍ୱରେ କୋଟଗଡରେ ବନ୍ଦ ଡାକରା ଦିଆଯାଇ ଥିଲା l