ଭଞ୍ଜନଗରରେ ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ପାଳନ….

ଭଞ୍ଜନଗର(ନିଲୁ ବିଷୋୟୀ): ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପରିସରରେ ପାଳନ କରାଯାଇଛି। ପ୍ରଦୀପ ପ୍ରଜ୍ଵଳନ ପରେ ସଭା ଅନୁଷ୍ଠିତ ହୋଇଥିଲା । ବିଶ୍ୱର ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କାଯ୍ୟଧାରା ଓ ସାଧାରଣ ବିଦ୍ୟାର୍ଥୀକୁ ଜ୍ଞାନ, ଚରିତ୍ର ଓ ଏକତାକୁ ନେଇ କିପରି କାଯ୍ୟ କରାଯାଏ ବୋଲି ଉପସ୍ଥିତ ଛାତ୍ର ନେତାମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଏବିଭିପି ଘୁମୁସର ଜିଲ୍ଲା ପ୍ରମୁଖ ଦେବାଶିଷ ସାହୁ, ଯୁବ ନେତା କୁବେର ପ୍ରଧାନ, ରଞ୍ଜିତ ପାତ୍ର, ଶିବାନନ୍ଦ ମହାପାତ୍ର, ଯୁବ ମୋର୍ଚ୍ଚା ତଥା ଛାତ୍ର ନେତା ସଲିମ ବିଷୋୟୀଙ୍କ ସମେତ ବହୁ ନୂତନ ଓ ପୁରାତନ ଛାତ୍ରନେତା ଉପସ୍ଥିତ ଥିଲେ ।