ଭଞ୍ଜନଗରରେ ଭାରତ ବନ୍ଦ ପ୍ରଭାବ, ଯାତ୍ରୀ ଓ ଜନସାଧାରଣ ହନ୍ତସନ୍ତ…

ଭଞ୍ଜନଗର(ନିଲୁ ବିଷୋୟୀ): ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଫଳରେ ବୁଧବାର ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଯାତାୟତ ଏକ ପ୍ରକାର ଠପ ହୋଇଛି । ଗୋଟିଏ ପଟେ ଚାଳକ ମହାସଂଘ ଷ୍ଟିୟରିଂ ଛାଡ ଡାକରା ଦେଇ ଗତକାଲି ଠାରୁ ଯାନବାହାନ ଚଳାଚଳ ବନ୍ଦ ରଖିଥିବା ବେଳେ କେବଳ କିଛି ହାତଗଣତି ସରକାରୀ ବସ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଯାତ୍ରୀବାହୀ ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ସାଧାରଣ ଯାତ୍ରା ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଦୂର ଦୂରାନ୍ତରୁ ଆସିଥିବା ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳକୁ ନଯାଇ ପାରି ବିକଳ୍ପ ରାସ୍ତା ଆପଣାଇ ବହୁ କଷ୍ଟରେ ଯାଉଥିବା ଦେଖିବାକୁ ମିଳିଥିଲା । ଆଜି ଏଥିପାଇଁ ଭଞ୍ଜନଗର ବସଷ୍ଟାଣ୍ଟ ପୁରା ଖାଁ ଖାଁ ହୋଇପଡିଥିଲା । ବଜାରରେ କିଛି ଦୋକାନ ଖୋଲି ଥିଲେ ମଧ୍ୟ ବାହାରୁ ଗାଡି ମଟର ଆସିବା ଏକ ପ୍ରକାର ବନ୍ଦ ରହିଥିବାରୁ ବେପାର ମଧ୍ୟ ମାନ୍ଦା ପଡିଥିବା କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି । କେବଳ ମଟର ସାଇକଲ ଓ ବ୍ୟକ୍ତିଗତ କାର ଯାତାୟତ କରୁଥିବା ବେଳେ ବଡ ଗାଡି ଚଳାଚଳ ଏକ ପ୍ରକାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।