ରାୟଗଡ଼ ବ୍ଲକରେ ଦଶ ଦଫା ଦାବି ନେଇ ଆଶା କର୍ମୀଙ୍କ ମୁଖ୍ୟ ରାଜପଥ ଅବରୋଧ…

ଗଜପତି(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମାରେ ଆଜି ଦଶଟା ବେଳେ ଦଶ ଦଫା ଦାବି ନେଇ ଆଶା କର୍ମୀଙ୍କ ମୁଖ୍ୟ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାର ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ପ୍ରେସିଡେଣ୍ଟ ଇଶ୍ରାଇଲ ମାଳିଙ୍କ  ନେତୃତ୍ଵରେ, ଗୀତା ଆନ୍ଦ୍ରା ,ଭବାନୀ ପାଇକ ଏସ ଜୟଲକ୍ଷ୍ମି, ମମତା କୁମାରୀ ଭୂୟାଁ, ସୁଭଦ୍ରା ଦେବୀ ମଣ୍ଡଳ ସାହିରେ ନିର୍ମାଣ ଶ୍ରମିକ ୟୁନିଅନ ନେତୃତ୍ୱରେ କପିକେତନ ଭୂୟାଁ , ସନ୍ତୋଷ କୁମାର ଭୂୟାଁ, ଅରବିନ୍ଦ ଭୂୟାଁ ଜୋନର, ସାଥୀମାନେ ବହୁ ଆଶା କର୍ମୀ ମାନେ ଯୋଗ ଦେଇ ଆଜିର ବନ୍ଦ ପାଳନ କରିଥିଲେ । ରାୟଗଡ଼ ବ୍ଲକରେ ଦଶ ଦଫା ଦାବି ନେଇ ଆଶା କର୍ମୀଙ୍କ ମୁଖ୍ୟ ରାଜପଥ ଅବରୋଧ । ଏହି ଅବସରରେ ପାରଳାଖେମୁଣ୍ଡି ମୋହନା ମୁଖ୍ୟ ରାସ୍ତା ଅବରୋଧ ହେବା ଯୋଗୁଁ ବସ ଚଳାଚଳ ବାଧାପ୍ରାପ୍ତ ହୋଇ ଥିଲା ।