ଜୟପୁରରେ ଭାରତ ବନ୍ଦର ପ୍ରଭାବ…..

ଜୟପୁର(ଦେବଦତ୍ତ ପାଣି): କୋରାପୁଟ ଜ଼ିଲ୍ଲା ଜୟପୁର ଠାରେ ଭାରତ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଛି । ଛ ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଧର୍ମଘଟ ଡାକରା ଦିଆଯାଇଛି । 10 କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନ ଓ ସହଯୋଗୀ ସଂଘକୁ ନେଇ ଗଠିତ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ 25 କୋଟିରୁ ଅଧିକ ଶ୍ରମିକ, କର୍ମଚାରୀ ଏଥିରେ ଭାଗ ନେଇଛନ୍ତି । ବ୍ୟାଙ୍କି, ବୀମା, ରାଜପଥ ନିର୍ମାଣ ଏବଂ କୋଇଲା ଖନନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି । ସରକାରଙ୍କ ନୀତି ଶ୍ରମିକ ଓ କୃଷକଙ୍କ ହିତରେ ନାହିଁ । ନିଯୁକ୍ତି ବନ୍ଦ ରହିଛି, ଦରମା ଓ ବିଭିନ୍ନ ସୁବିଧା ମିଳୁନାହିଁ । ଏହାର ପ୍ରତିବାଦରେ ଆଜି ଧର୍ମଘଟକୁ ଓହ୍ଲାଇଛନ୍ତି ଟ୍ରେଡ ୟୁନିଅନ୍‍ । ଶ୍ରମିକ ସୁରକ୍ଷାକୁ କ୍ଷତି ପହଞ୍ଚାଉଛି ଶ୍ରମ ନୀତି, 4ଟି ନୂତନ ଶ୍ରମ କୋଡ୍‍ ପାଇଁ ଦାବି, ବେକାରି ଏବଂ ମୁଦ୍ରାସ୍ପୀତି ବୃଦ୍ଧି, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ନାଗରିକ ସୁବିଧା ହ୍ରାସ, ଯୁବକଙ୍କୁ ଚାକିରି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି । ଅଲ୍‍ ଇଣ୍ଡିଆ ଟ୍ରେଡ୍‍ ୟୁନିଅନର ଏହି ଧର୍ମଘଟକୁ କଂଗ୍ରେସ ସମର୍ଥନ କରିଛି । ଜୟପୁର ଟ୍ରାଫିକ ଛକରେ କଂଗ୍ରେସ କର୍ମୀମାନେ ବ୍ୟାନର ଓ ହାତରେ ଝଣ୍ଡା ଧରି ପ୍ରତିବାଦ କରିଥିଲେ ।