ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଧରାକୋଟ ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ପରିସରରେ ନୂତନ ଭାବେ ନିର୍ମିତ ତ୍ରିନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ କଳସ ଯାତ୍ରା, ସର୍ବ ଦେବତା ଆବାହନ, ଦେବତା ସ୍ନାନ, ଶୟନ, ନ୍ୟାସ ପରେ ପୂର୍ଣ୍ଣାହୁତି କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ମଧ୍ୟାହ୍ନରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦମକଳ କେନ୍ଦ୍ରର କର୍ମଚାରୀ ପବିତ୍ର ବେହେରା ଓ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା ବେହେରା ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଭାବରେ ଦାଇତ୍ୱ ତୁଲାଇ ଥିଲେ । ଅଗ୍ନିଶମ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ପ୍ରାକ୍ତନ ଅଗ୍ନିଶମ ବାହିନୀର ଅଧିକାରୀ ଚିତ୍ତ ରଞ୍ଜନ ସାହୁ, ଜଗନ୍ନାଥ ପଣ୍ଡା ଉପସ୍ଥିତ ରହିଥିବା ବେଳେ ଅଗ୍ନିକ ଦୁଷ୍ମନ୍ତ ପ୍ରଧାନ, କୃଷ୍ଣ ଚନ୍ଦ୍ର ନାୟକ, ଯୁଗଳ ଦିଗାଲ, ଭୀମସେନ ନାୟକ, ଯୁଧିଷ୍ଟିର ମାଝି, ଅରୁଣ ବିନ୍ଧାଣି ଓ ସୁଭ୍ରଜିତ ରଥ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।