ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପରିବେଶ ସ°ରକ୍ଷଣ ତଥା ପରିବେଶ ସମ୍ପର୍କରେ ଜନସଚେତନତା ସୃଷ୍ଟି କ୍ଷେତ୍ରରେ ରାଜ୍ୟର 30 ଜିଲ୍ଲାରୁ ଚୟନ ହୋଇଥିବା 185 ପ୍ରକୃତି ମିତ୍ର ଓ 211 ପ୍ରକୃତି ବନ୍ଧୁ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ପ୍ରକୃତି ବନ୍ଧୁ ଭାବରେ 22 ଜଣ ଓ ପ୍ରକୃତି ମିତ୍ର ଭାବରେ 20 ଜଣ ଚୟନ ହୋଇଛନ୍ତି l ସେଥି ମଧ୍ୟରୁ ଧରାକୋଟ ବ୍ଲକରୁ ଜଣେ ପ୍ରକୃତି ବନ୍ଧୁରେ ପୁରସ୍କାର ପାଇ ଆଜି ଧରାକୋଟ ବ୍ଲକ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି l ଧରାକୋଟ ବ୍ଲକର ଜୁନିଅର ରେଡକ୍ରସ ସଂଯୋଜିକା, ସମାଜସେବୀ ଓ ସରଧାପୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ରାଉଳ ଏହି ପୁରସ୍କାର ପାଇଛନ୍ତି l ଜିଲ୍ଲା ସ୍ତରୀୟ ପରିବେଶ ଉଚ୍ଛବ ନଗର ବନ ଶିନ୍ଦୁରାପଲ୍ଲୀ, ଛତ୍ରପୁରଠାରେ ଏହି କାଯ୍ୟକ୍ରମ ଆୟୋଜିତ ହୋଇଥିଲା l ଉକ୍ତ କାଯ୍ୟକ୍ରମରେ ଗଞ୍ଜାମ ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶିଶ ବାର୍ଲା, ଡଏଫଓ ବ୍ରହ୍ମପୁର ସନ୍ନି ଖୋରକର, ଡିଏଫଓ ଭଞ୍ଜନଗର ଘୁମୁସର ଉତ୍ତର ହିମାଂଶୁ ଶେଖର ମହାନ୍ତି, ଡିଏଫଓ ଘୁମୁସର ଦକ୍ଷିଣ ବିପାସା ପାରୁଲଙ୍କ ଉପସ୍ଥିତିରେ ଆଜି ରଶ୍ମିତା କୁମାରୀ ରାଉଳଙ୍କୁ ମାନପତ୍ର ସହ ଦଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରେଞ୍ଜର, ଫରେଷ୍ଟର, ଛତ୍ରପୁର ଇକୋକ୍ଲବ ଓ ଭାରତ ସ୍କାଉଟ, ଗାଇଡ଼ର ଛାତ୍ର ଓ ଛାତ୍ରୀ ଉପସ୍ଥିତ ଥିଲେ l ପରିଶେଷରେ ଇକୋ କ୍ଲବ ସଂଯୋଜକ ଶଙ୍କର ନାରାୟଣ ବେଜଙ୍କ ସହ ସମସ୍ତେ ମିଶି ବୃକ୍ଷରୋପଣ କାଯ୍ୟକ୍ରମ କରିଥିଲେ l