ସମ୍ବାଦ ପକ୍ଷରୁ ବନ ମହୋତ୍ସବ ପାଳିତ…

କୁନ୍ଦୁରା(ନିରଞ୍ଜନପାଣି): କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ ଅନ୍ତର୍ଗତ କଦଳୀମୁଣ୍ଡା ଗ୍ରାମ ଠାରେ ସମ୍ବାଦ, କୁନ୍ଦୁରା ଯୁବ ଶକ୍ତି ଯୁବି ସଂଘ ଓ ଜଙ୍ଗଲ ବିଭାଗର ମିଳିତ ଆନୁକୂଲ୍ୟ‌ରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିଥିଭାବେ ଭିଏସଏସ ସଭାପତି ସୁରେନ୍ଦ୍ର ଭୁମିଆ, ୱାଡସଭ୍ୟ, ଅତିରିକ୍ତ ବନାଞ୍ଚଳ ଅଧିକାରୀ ଛବିନ୍ଦ୍ର ରନ୍ଧାରୀ, ବନପାଳ ଅରୁଣ କୁମାର ଜେନା, କୁନ୍ଦୁରା ଯୁବ ଶକ୍ତି ଯୁବକ ସଂଘ ସଭାପତି ସବୁଜ ଦାଶଙ୍କ ସମତେ ସଂଘର ୨୫ ଜଣ ସସଦ୍ୟ, କଦଳୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ ଉପସ୍ଥିତ ରହି ବିଭିନ୍ନ କିସମର ପ୍ରାୟ ୫ ଶହ ଚାରା ରୋପଣ କରିଥିଲେ । ସେହିଭଳି ଲିମା ସେକ୍ଟର ଦୁରୁଗୁଡା ଗ୍ରାମ ଠାରେ ଆୟୋଜିତ  ବନ ମହୋତ୍ସବ କାର୍ଯ୍ୟକ୍ରମରେ ପ୍ରାୟ ଏକ ହଜାର ବୃକ୍ଷରୋପଣ କରାଯାଇଥିଲା । ଅତିଥିଭାବେ ଜୟପୁର ବନଖଣ୍ଡ ଅଧିକାରୀ ପ୍ରତାପ କୁମାର ବେହେରା,ଏସସିଏଫ ଚନ୍ଦ୍ର ସେନ ପୁଜାରୀ, ବ୍ଲକ ଅଧ୍ୟକ୍ଷା ରାଜେଶ୍ବରୀ ପରଜା, ତହସିଲଦାର ବିନୋଦ କୁମାର ନାଏକ, ବିଧାୟକ ପ୍ରତିନିଧି ବଦ୍ରି ନାରାୟର ଆଚାର୍ଯ୍ୟ, ବନାଞ୍ଚଳ ଅଧିକାରୀ ବିଶ୍ବନାଥ ମାଣ୍ଡିଙ୍ଗ, ଅତିରିକ୍ତ ବନାଞ୍ଚଳ ଅଧିକାରୀ ଛବିନ୍ଦ୍ର ରନ୍ଧାରୀ, ବନପାଳ ଅରୁଣ କୁମାର ଜେନା, ଦେବେନ୍ଦ୍ର ନାୟକ, ବନରକ୍ଷୀ ଦୀପକ ଚୌଧୁରୀ, ସମାଜସେବୀ ଚନ୍ଦ୍ର ସଗଡିଆଙ୍କ ସମେତ ଦୁରୁଗୁଡା ଗ୍ରାମବାସୀ ଯୋଗଦେଇ ଚାରା ରୋପଣ କରିଥିଲେ ।