କେରମେଟି ଠାରେ ପଞ୍ଚାୟତ ସ୍ତରୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

କୁନ୍ଦୁରା(ନିରଞ୍ଜନ ପାଣି): କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡିଓ ବିନୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ମୋଟ ୧୧ଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥି ମଧ୍ୟରୁ ଗୋଷ୍ଠୀଗତ ଭାବେ ୧୦ଟି ଏବଂ ବ୍ୟକ୍ତିଗତ ଭାବେ ଗୋଟିଏ । ଉଚ୍ଚ ଶିକ୍ଷା ନିମନ୍ତେ ଜଣେ ବ୍ୟକ୍ତି ଗତ ଭାବେ ଅଭିଯୋଗ ଅଭିଯୋଗ କରିଥିବାବେଳେ ଗୋଷ୍ଠୀଗତ ଭାବେ ମୋ ବସ ସମୟ ସାରଣୀ ପରବବର୍ତ୍ତନ, କେରମେଟି ଖ୍ରୀଷ୍ଟିଆନ ସାହିକୁ ଗମକାପଦର ଠାରୁ ବାନ୍ଧନପଦର, କେନ୍ଦୁଗୁଡା ଠାରୁ କଦଳୀମୁଣ୍ଡା, ଜବାପଦର ନାଥ ସାହି, ବାଲିବେଢ଼ା ଛକ ଠାରୁ ଆମ୍ବଗୁଡା ଗ୍ରାମ ନିମନ୍ତେ ରାସ୍ତା ନିର୍ମାଣ ଓ ମରାମତି ପାଇଁ ଅଭିଯୋଗ ହୋଇଥିଲା । ସେହିଭଳି ବୁରିଭଟ୍ଟା ଏବଂ କେନ୍ଦୁଗଡା ଗ୍ରାମରେ ନୂତନ ନଳକୂପ ଖନନ ନିମନ୍ତେ ଲୋକେ ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ନାଏବ ସରପଞ୍ଚ ମନ ସାନ୍ତ, ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ବରୁପ ରଞ୍ଜନ ସାହୁ, କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ମହାପାତ୍ର, ଜିପଡିଓ ଜଗତ ସିଂ ମାଝୀ, ବିଏସଏସଓ ବଳିରାମ ଭତ୍ରା, ମଙ୍ଗଳ ଅଧକାରୀ, ସୁଜ୍ଞ‌ାନ ରଞ୍ଜନ ଜାଲି, ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ, ଗୀତାଞ୍ଜଳି ହୁଇକା, ଆରଆଇ ଆଦିକନ୍ଦ ଭୂମିଆ, ଏବିଇଓ ପପେୟା ବେହେରା ଯୋଗଦେଇଥିବା ବେଳେ ପିଇଓ ରବିନ୍ଦ୍ର ପୂଜାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।