କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ରେ ଆଜି ଓଡିଶା ଡ୍ରାଇଭର ମହାସଂଘ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଷ୍ଟିଅରିଂ ଛାଡ ଆନ୍ଦୋଳନ ସହ ଡ୍ରାଇଭର ଧର୍ମଘଟ ଅନୁଷ୍ଠିତ ହୋଇଛି l ଆଜକୁ ଅନେକ ବର୍ଷ ଧରି ଡ୍ରାଇଭରମାନେ ସାତ ଦଫା ଦାବୀ ପ୍ରଦାନ ପାଇଁ ଆନ୍ଦୋଳନ କରି ଆସୁ ଛନ୍ତି l କିନ୍ତୁ ସରକାର ସେମାନଙ୍କ ଦାବୀ ଅଣ ଦେଖା କରୁ ଥିବା କହିଛି ଡ୍ରାଇଭର ସଂଘ l ଯଦି ସରକାର ‘ଆମର ଦାବିକୁ ପୂରଣ ନ କରନ୍ତି ତାହାହେଲେ ଆମେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମେ ଆନ୍ଦୋଳନ କରିବୁ ବଲି’ ଚେତାବନୀ ଦେଇଛନ୍ତି ସଂଘର ସଦସ୍ୟ l କୋଟଗଡ ବ୍ଲକ ସଭାପତି ସନ୍ତସ କୁମାର ବେହେରାଙ୍କ ନେତୃତ୍ୱରେ ଆଜି କୋଟଗଡରେ ଶାନ୍ତିପୁର୍ଣ ଆନ୍ଦୋଳନ ଆରମ୍ଭ ହୋଇଛି ଓ ଏହା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସଭାପତି ସୂଚନା ଦେଇଛନ୍ତି l