ବେଲଘର ସ୍ବାସ୍ଥ୍ୟ କେନ୍ଦ୍ରରେ ଫୋନ ଦ୍ବାରା ଡାକ୍ତରଙ୍କ ଟିପ୍ପଣୀରେ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇଲେ ନର୍ସ….

ଅନୁସନ୍ଧାନ ଭାରତ(ବ୍ୟୁର): ସାକ୍ଷାତ ଦେବତା ସାଜିଲେ ଡାକ୍ତର ଓ ନର୍ସ l ଡାକ୍ତର ଫୋନରେ ଦେଲେ ଟିପ୍ପଣୀ l ଟିପ୍ପଣୀ ପାଇ ନର୍ସ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇ ତିନି ତିନିଟି ଶିଶୁ ପୁତ୍ରକୁ ସୁରକ୍ଷିତ ଜନ୍ମ କରେଇ ବେଶ୍ ଚର୍ଚ୍ଚାରେ l ନର୍ସ ନାମ ସିଧୁଲତା ଜାନି l ଗର୍ଭାବତୀ ମହିଳା ପ୍ରସବ କରିବାକୁ ଟିପ୍ପଣୀ ଦେଇଥିବା ଡାକ୍ତର ପ୍ରସନ୍ନ କୁମାର ସୁନା l ଏମିତି ଏକ ଚାଞ୍ଚଲ୍ୟ କର ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର  ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରକେ ତିନିଟି ଶିଶୁ ପୁତ୍ରକୁ ଜନ୍ମ କରି ବେଶ୍ ଚର୍ଚ୍ଚାରେ  ଦୁର୍ଗମ ଅଞ୍ଚଳର ଜନ ଜାତି କୁଟିଆ ଆଦିବାସୀ ମହିଳା ରଞ୍ଜିତା ମାଝୀ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ପଞ୍ଚାୟତ ଦେଓଗଡ଼ା ଗାଁ ର ଜଣେ ମହିଳା ରଞ୍ଜିତା ମାଝୀ ବେଲଘର୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନି ଜଣ ଶିଶୁ ପୁତ୍ରକୁ ପ୍ରସାଦ କରିବା ପରେ l ଶିଶୁ ମାନଙ୍କର ଓଜନ ଟିକେ  କମ୍ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୁମୁଡ଼ିବନ୍ଧ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରକୁ ପଠେଇ ଥିବା ବେଳେ ତୁମୁଡ଼ିବନ୍ଧ ଚିକିତ୍ସାଳୟରେ ଡାକ୍ତର ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ରେଫର୍ କରିଥିବା ସୂଚନା ମିଳିଛି । ବର୍ତମାନ ବାଲିଗୁଡ଼ା ଏସ ଏନ୍ ସି ୟୁ ୱାର୍ଡରେ ଭର୍ତ୍ତି କରି ନବ ଜାତ ଶିଶୁଙ୍କୁ ଚିକିତ୍ସା ଦେଉଥିବା ସ୍ଥଳେ ବର୍ତ୍ତମାନ ତିନି ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।