ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମୁଡ଼ିମାହା ଗାଁ ଆଜି ବି ଗୁମୁରୀ ଗୁମୂରୀ କାନ୍ଦୁଛି । ଯଦିଓ କିଛି ବିକାଶ ହୋଇଛି ତଥାପି କମିଶନ ରିପୋର୍ଟ ସାର୍ବଜନୀନ ହୋଇନି l ଏହି ବହୁଚର୍ଚିତ ଘଟଣାରେ ସୁରକ୍ଷା କର୍ମୀଙ୍କ ଆତର୍କିତ ଗୁଳି ଚାଳନାରେ ପାଞ୍ଚ ଜଣ ନିରିହ ବ୍ୟକ୍ତି ଜୀବନ ଚାଲିଗଲା । ପାଞ୍ଚ ଜଣ ମଧ୍ୟରୁ ଜଣେ ଦୁଇ ବର୍ଷର ଶିଶୁଟିର ଜୀବନ ଚାଲିଯାଇଥିଲା । ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମୁଡ଼ିମାହାରେ ଘଟିଥିବା ଅଭାବନୀୟ ଘଟଣା ଯାହାକି ସାରା ଦେଶରେ ଚହଳ ସୃଷ୍ଟି କରିଥିଲା l ତାହା ୨୦୧୬ ମସିହା ଜୁଲାଇ ୮ ତାରିଖରେ ଏନ ଆର୍ ଜି ଏସ ଟଙ୍କା ଉଠେଇ ବାଲିଗୁଡ଼ାରୁ କାମ ସାରି ସନ୍ଧ୍ୟା ସମୟରେ କୁର୍ତ୍ତମଗଡ଼ ଦେଇ ଦୁର୍ଗମ ଅଞ୍ଚଳ ଗୁମୁଡ଼ିମାହା ଯାଉଥିବା ସମୟରେ ବର୍ଷା ଯୋଗୁଁ କାଦୁଅରେ ଅଟୋ ଟି ଫସି ଯାଇଥିଲା l ଆଉ ନିରୀହ ଆଦିବାସୀ ଲୋକ ଗାଡ଼ିକୁ ଧକ୍କା ଦେଇ ଅଟୋକୁ ଉଠେଇବାକୁ ଚେଷ୍ଟା କରୁଥବା ବେଳେ ବାମ ପାର୍ଶ୍ୱରେ ସୁରକ୍ଷା କର୍ମୀ ଅଚାନକ ଆଖିବୁଜା ଗୁଳି ଚାଳନା କରିଥଲେ l ସେହି ଗୁଳିରେ ଟଳି ପଡ଼ିଲେ ପାଞ୍ଚ ନିରୀହ ଆଦିବାସୀ ମହିଳା ପୁରୁଷ ଓ ଛୋଟ କୁନି ପୁଅ । ଏହି ଘଟଣାକୁ ବିଭନ୍ନ ରାଜନୀତି ଦଳ ପକ୍ଷରୁ ନିନ୍ଦା କରାଯାଇଥିଲା l ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିବା ପରେ ସେହି ଦୁର୍ଗମ ଅଞ୍ଚଳକୁ ତତକାଳିନ ସରକାର ପକ୍କା ରାସ୍ତା, ପାନୀୟ ଜଳ ବ୍ୟବସ୍ଥା ଓ ମୃତକ ପରିବାରର କିଛି ଲୋକଙ୍କୁ ସ୍କୁଲ ଗୁଡ଼ିକରେ ଅସ୍ଥାୟୀ ନିଯୁକ୍ତି ଦେଇଥିଲେ । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ କମିଶନ ବସିଲା l ସେହି କମିଶନ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ରିପୋର୍ଟ ସାର୍ବଜନୀନ କରିନଥିବା ଅଭିଯୋଗ କରିଛନ୍ତି ମୃତକ ପରିବାର l ତେଣୁ ରିପୋର୍ଟ ସାର୍ବଜନୀନ କରିବା ସହ ଦୋଷୀକୁ କୋଠର ଦଣ୍ଡବିଧାନ ପାଇଁ ଦାବୀ କରିଛନ୍ତି ଗୁମୁଡୁମାହା ବାସୀ l