ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଚାରା ବିତରଣ କେନ୍ଦ୍ର ଉଦଘାଟିତ….

ଦାରିଙ୍ଗବାଡି(ଆଶୋକ ସିଂ): ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବୁଧବାର ଦିନ ଚାରା ବିତରଣ କେନ୍ଦ୍ର ର ଉଦଘାଟିତ ହୋଇଯାଇଅଛି । ଏହି ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାରା ବିତରଣ କେନ୍ଦ୍ର ଉଦ୍ଘାଟନ କରିଥିଲେ ଏବଂ ନିଜ ବାଡି ବଗିଚା ତଥା ପଦର ଜମିରେ ଅଧିକରୁ ଅଧିକ ଚାରା ରୋପଣ କରି ସବୁଜ ସବୁଜିମା ପରିବେଶ ସୃଷ୍ଠି କରିବାକୁ ଅଞ୍ଚଳ ବାସୀ ଙ୍କୁ ଆହ୍ଵାନ କରିଥିଲେ । ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରାଜସ୍ବ ନିରୀକ୍ଷକ ରଞ୍ଜିତ କୁମାର କହଁର, ମଣ୍ଡଳ ସଭାପତି ଗଣେଷ ଡାକୁଆ, ରମାକାନ୍ତ ସିଂ ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ବିଭିନ୍ନ କିସମର ଫଳ ଫୁଲ, ଛାଇ ଓ ଔଷଧୀୟ ବୃକ୍ଷ ଚାରା ଉପଲବ୍ଧ ଥିବା ବେଳେ ବ୍ରାହ୍ମଣୀଗାଁ  ବନାଞ୍ଚଳର ବିଭିନ୍ନ ଫାଙ୍କା ତଥା ବୃକ୍ଷ ବିହୀନ ପାହାଡ଼ମାନଙ୍କରେ ଦୁଇ ଲକ୍ଷ ପଚାଶ ହଜାର ବୃକ୍ଷ ଚାରା ରୋପଣ କରିବାର ଲକ୍ଷ ଧାର୍ଯ୍ୟ କରାଯାଇ ଥିବା ନେଇ  ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ବନପାଳ ଯୋଗେଶ୍ଵର ଧାରୁଆ, ବନରକ୍ଷୀ ଶ୍ରୀରାମ ପଣ୍ଡା ସମେତ ଅନ୍ୟ ବନ କର୍ମଚାରୀ ମାନେ ସହଯୋଗ କରିଥିଲେ ।