ହିଞ୍ଜିଳି(ସଂସ୍କାର ପଟ୍ଟନାୟକ): ଆଫ୍ରିକାରେ ଓଡ଼ିଆ ଯୁବକଙ୍କୁ ଅପହରଣ ଅଭିଯୋଗ I ହିଞ୍ଜିଳି ଥାନାରେ ମାମଲା I ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ଛକରେ ଥିବା ପାନାଡ଼ ଭେଙ୍କଟ ରମଣ ଗତ ନଭେମ୍ବର ତଥା ୨ ବର୍ଷ ପୂର୍ବେ ପ୍ରଥମେ ମୁମ୍ବାଇରେ ଏକ ଘରୋଇ କମ୍ପାନୀ ବ୍ଲୁ ଷ୍ଟାରରେ ଚାକିରୀ କରିଆସୁଥିଲେ I ୬ ମାସ ପୂର୍ବେ ଆଫ୍ରିକା ମାଲିର ଏକ ସିମେଣ୍ଟ କମ୍ପାନୀ ଡାଇମଣ୍ଡ ସିମେଣ୍ଟ କମ୍ପାନୀକୁ ବଦଳି କରାଯାଇଥିଲ l କିନ୍ତୁ ଗତ ୫ ଦିନ ପରିବାର ଲୋକଙ୍କ ସହ ସମ୍ପର୍କ ବିଛିନ୍ନ ହେବା ପରେ ଘର ଲୋକଙ୍କ ସନ୍ଦେହ ଉପୁଜିଥିଲା I ପରେ ପରେ ସେମାନେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଦ୍ୱାରା ଅପହରଣର ଖବର ପାଇବା ପରେ ହିଞ୍ଜିଳି ଥାନାରେ ପରିବାର ଲୋକ ଅଭିଯୋଗ ଦାଖଲ କରିଛନ୍ତି I ଅଭିଯୋଗକୁ ଭିତିକରି ପୁଲିସ ତଦନ୍ତ ଆରମ୍ଭ କରିଛି I ଅନ୍ୟପଟେ ଉକ୍ତ ଘରୋଇ କମ୍ପାନୀ ସଠିକ ତଥ୍ୟ ଦେଉନଥିବା ବେଳେ ପରିବାର ଲୋକ ଘଟଣାରେ ସରକାର ହସ୍ତକ୍ଷେପ କରି ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି I