ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ଡ.ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଶତ ବାର୍ଷିକୀ ଉପଲକ୍ଷେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ….
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଲ ସ୍ନାତକ ମହାବିଦ୍ୟାଳୟରେ ଭାରତ ବର୍ଷର ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବୀଣ ରାଜନେତା ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶତବାର୍ଷିକୀ ଉପଲକ୍ଷେ ବୁଧବାର ଦିନ ମହାବିଦ୍ୟାଳୟ ପରିସରରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଡ.ଶ୍ୟାମ ପ୍ରସାଦ ମୁଖାର୍ଜୀ ନୂତନ ଭାରତ ନିର୍ମାଣର ଦୂରଦୃଷ୍ଟି ଦାତା ଶୀର୍ଷକକୁ ନେଇ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତେIରେ ୨୬ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ତନ୍ମଧ୍ୟରୁ ପର୍ଯୟକ୍ରମେ ଦେବୀ ମନ୍ତ୍ରୀ ପ୍ରଥମ ସ୍ଥାନ, ଶିଳ୍ପା ମନ୍ତ୍ରୀ ଦ୍ଵିତୀୟ ଏବଂ ଯୁଗ୍ମ ଭାବେ ଅମିତ ଉଠାନ ସିଂ ଓ ସଂଗୀତ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ I ସେମାନଙ୍କ ତାଲିକା ପ୍ରସ୍ତୁକି କରାଯାଇ ଆଂଚଳିକ ନିର୍ଦେଶକ ବ୍ରହ୍ମପୁରକୁ ପଠାଯାଇ ଥିବା ସୂଚନା ରହିଛି । ମହାବିଦ୍ୟାଳୟର ଅଧକ୍ଷ ଡଃ ଭାସ୍କର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଭାବେ ଅଧ୍ୟାପକ ଅକ୍ଷୟ କୁମାର ବେହେର୍ଦାଲାଈ, ସମୀର ପ୍ରସାଦ ମାଇକେଲ, ସୁଜ୍ଞାନ ସାହୁ, ବିମଲ ନାୟକ ଯୋଗଦେଇ କାର୍ଯ୍ୟ ସମ୍ପାଦନ କରିଥିଲେ I