ତୁମୁଡିବନ୍ଧ ବିତ୍ୟୁତ ଅଧିକାରୀ ଏବଂ କର୍ମଚାରୀଙ୍କ ଅବହେଳାଜ ଯୋଗୁଁ ବିଦ୍ୟୁତ ସେବାରୁ ବଞ୍ଚିତ ଗୁମୁଡୁମାହା ଗ୍ରାମବାସୀ….
ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବହୁଚର୍ଚ୍ଚିତ ଗୁମୁଡୁମାହା ଗ୍ରାମବାସୀମାନେ ବିଦ୍ୟୁତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ବହୁତ ଦିନ ଧରି ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ଅଭିଯୋଗ ହୋଇଛି । ଗୁମୁଡୁମାହା ଗ୍ରାମରେ ଗତ 2016 ମସିହାଠାରୁ ତୁମ୍ବୁଡ଼ିବନ୍ଦ ବିଦ୍ୟୁତ କାର୍ଯ୍ୟାଳୟ ଠାରୁ ବିଦ୍ୟୁତ ସେବା ଆରମ୍ଭ ହୋଇଥିଲା l କିନ୍ତୁ ଏକ ମାସରୁ ଅଧିକ ଦିନ ହେବ ବିଦ୍ୟୁତ ସେବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ଗୁମୁଡୁମାହା ଗ୍ରାମବାସୀ l ଏନେଇ ତୁମ୍ବୁଡ଼ିବନ୍ଧ ବିଦ୍ୟୁତ କାର୍ଯ୍ୟାଳୟର ବିଦ୍ୟୁତ ମରାମତି କରୁଥିବା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସୁପର ଭାଇଜର ଏବଂ ଜେଇଙ୍କୁ ବାରମ୍ବାର ଜଣେଇବା ସତ୍ୱେ ମଧ୍ୟ କେହି ଗୁରୁତ୍ବ ଦେଉନ ଥିବା କହିଛନ୍ତି ଗ୍ରାମବାସୀ l ସୁଚନାଅନୁସାରେ ଜେଇ କିମ୍ବା ସୁପର ଭାଇଜରକୁ ଫୋନ କଲେ ଆମ ଘରେ ଭୋଜି ହେଉଛି ବା ଆମର ମାର୍କେଟ ବୁଲିବାର ଅଛି କହି ଫୋନ କାଟିଦିଅନ୍ତି ଏବଂ ଫୋନ କରିଥିବା ବ୍ୟକ୍ତିର ବ୍ଲକଲିଷ୍ଟରେ ରଖିଦିଅନ୍ତି ବୋଲି କହିଛନ୍ତି ଗୁମୁଡୁମାହାର ବାସୀନ୍ଧା । ବିଦ୍ୟୁତ ସମସ୍ୟା ହେଉଥିବାରୁ ପୂର୍ବରୁ ପରାମପାଙ୍ଗାର ସମସ୍ତ ଯୁବକ ଏବଂ ବରିଷ୍ଠ ଲୋକମାନେ ରାଜ ରାସ୍ତା ଅବରୋଧ କରିବାକୁ ନିଷ୍ପତି ନେଇଥିଲେ l କିନ୍ତୁ ବାଲିଗୁଡା ବିଦ୍ୟୁତ ଏସଡିଓ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଜା କରି ଗୁମୁଡୁମାହା ଏବଂ ମାଜାମାହା ଦୁଇଟି ଗ୍ରାମ ବାଲିଗୁଡା ବ୍ଲକ ସ୍ଥିତ ଗ୍ରାମ ହେଇଥିବାରୁ ଏକ ମାସ ଭିତରେ ବିଦ୍ୟୁତ ସେବା ଆରମ୍ଭ ହେବା ନେଇ ପ୍ରତିଶୃତି ଦେଇଥିଲେ l କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟହୋଇନଥିବା କହିଛନ୍ତି ଗ୍ରାମବାସୀ l ଏହା ମଧ୍ୟ୍ୟ କହିଛନ୍ତି ଯେ ବିଦ୍ୟୁତ ସମସ୍ୟା ତୁରନ୍ତ ସମାଧାନ ନ ହେଲେ ଆମେ ପୁଣିଥରେ ରାଜରାସ୍ତାରେ ଅବରୋଧ କରିବୁ ବୋଲି ଚେତାବନି ଦେଇଛନ୍ତି ଅଂଚଳ ବାସୀ ।