ରମ୍ବେଲି ବାସୀଙ୍କ ଦୁଃଖ ବୁଝିବ କିଏ ? ବର୍ଷାରେ ଧୋଇ ହେଉଛି ଘାଟି ରାସ୍ତା…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଦୁର୍ଗମ କଟିଙ୍ଗିଆ ପଞ୍ଚାୟତର ରାମ୍ବେଲି ଗ୍ରାମ ବସୀଙ୍କ ଦୁଃଖ ବୁଝିବ କିଏ ? ବର୍ଷା ଦିନ ଆସିଲେ ରାସ୍ତା ସମସ୍ୟା ? ଜରୁରୀ କାଳୀନ ସେବା ପାଇଁ ଆମ୍ବୁଲାନ୍ସ ପହଞ୍ଚିବା ମଧ୍ୟ କଷ୍ଟ ସାଧ୍ୟ ହେଉଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲାର ଶେଷ ତଥା ଗଜପତି ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ରାମ୍ବେଲି ଓ ମିଞ୍ଜାପଙ୍କା ଗ୍ରାମ। ଝିଞ୍ଜୀରି ଗୁଡା ଠାରୁ କାଟିଙ୍ଗିଆ ଓ ମିଞ୍ଜାପଙ୍କା ଦେଇ ଗଜପତି ଜିଲ୍ଲାକୁ ପ୍ରଧାନ ମନ୍ତ୍ରୀ ସଡ଼କ ସଂଯୋଗ ହୋଇ ଥିବା ବେଳେ  ମିଞ୍ଜାପଙ୍କା ଠାରୁ ରାମ୍ବେଲିକୁ ପ୍ରାୟ ୪ କିମି ଘାଟି ରାସ୍ତା ଆଜ ଯାଏଁ ନିର୍ମାଣ ହୋଇପାରି ନାହିଁ । ଗ୍ରାମବାସୀଙ୍କ ବାରମ୍ଵାର ଦାବୀ ପରେ ବ୍ଲକ ପ୍ରଶାସନ ପକ୍ଷରୁ ଘାଟି କଟିଙ୍ଗ କାର୍ଯ୍ୟ ହୋଇଥଲା କିନ୍ତୁ ସେହି ରାସ୍ତାକୁ ପକ୍କା ରାସ୍ତା କରାଯାଇ ପାରି ନାହିଁ । ଯାହାରି ଫଳରେ ବର୍ଷା ପାଣିରେ ରାସ୍ତା ଧୋଇ ହୋଇ ଖାଲ ଖମା ସୃଷ୍ଟି ହୋଇ ବଡ ବଡ ପଥର ଅତଡ଼ା ଖସି ରାସ୍ତା ଅବରୋଧ କରୁଛି l ବାଇକ୍ କିମ୍ବା ଅଟୋ ଚଳାଚଳ ବାଧା ପ୍ରାପ୍ତ ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜନସାଧାରଣଙ୍କ ଗମନା ଗମନର ସୁବିଧା ଦୃଷ୍ଟିରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମର ସାମନ୍ତ କୁମାର ମଳିକ, ହରିଶ୍ଚନ୍ଦ୍ର ମଳିକ, ଯୁବରାଜ ମଳିକ, କାମଦେବ ମଳିକଙ୍କ ସମେତ ସମସ୍ତ ଗ୍ରାମବାସୀ ଦାବୀ କରିଛନ୍ତି ।