ଦୁଇ ପୃଥକ ସଡ଼କ ଦୁର୍ଘଟଣାରେ ୭ ଆହତ ୪ ଗୁରୁତର, ବାଇକ ସହ ଅଟୋ ମୁହାଁମୁହିଁ ଧକ୍କା….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦୁଇଟି ସ୍ଥାନରେ ଘଟିଛି ସଡ଼କ ଦୁର୍ଘଟଣା l ଦୁଇଟି ସ୍ଥାନରେ ଅଟୋ ସହ ବାଇକ ଧକ୍କା ହୋଇଥିବା ସୂଚନା ରହିଛି । ଗୋଟିଏ ଘଟଣା ଦାରିଙ୍ଗବାଡ଼ି ବ୍ଳକ ପାଙ୍ଗାଲି ଘାଟିରେ ଅଟୋ ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ୬ଜଣ ଗୁରୁତର ଆହାତ ହୋଇଥିବା ଖବର ପାଇ ଦାରିଙ୍ଗବାଡି ଥାନା ଅଧିକାରୀ କନକ କୁମାର ମାଝୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇ ଘଟଣା ସ୍ଥଳରେ ପହଞ୍ଚି ଆହାତମାନଙ୍କୁ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିଥିଲେ । ଆହାତ ୬ଜଣଙ୍କ ମଧ୍ୟରୁ ତିନି ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ରେଫର କରାଯାଇ ଥିବା ସୂଚନା ରହିଛି । ଗୁରୁତର ଆହତ ହୋଇଥିବା ତିନିଜଣ ହେଲେ ଗାହକିଆ ଗ୍ରାମର ରମେଶ ବଳିୟାରସିଂ ପୁଅ ଅମିର ବଳିୟାରସିଂ (୨୧), ସିପ୍ରୀୟାନ ବଳିୟାରସିଂ ପୁଅ ଫିରଜ ବଳିୟାରସିଂ(୨୦) ଓ କିଲାବାଡ଼ି ଗ୍ରାମର ପିତର ପ୍ରଧାନ (୨୧)ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇ ଥିବା ବେଳେ, ଅନ୍ୟ ତିନିଜଣ ଆହାତ ସମ୍ବିଳ ମଲିକ (୨୦), ପିଙ୍କୁ ଦିଗାଲ (୨୧) ଓ ଲିପୁନ ଦିଗାଲ (୧୯)ଙ୍କୁ ଦାରିଙ୍ଗବାଡି ମେଡ଼ିକାଲରେ ଚିକିତ୍ସା କରଯାଇଛି । ସୂଚନା ଅନୁଯାୟୀ ବୁଧବାର ଦିନ ଅପରାହ୍ନରେ ଗାହକିଆ ଗ୍ରାମର ଅମିର ବଳିୟାରସିଂ, ଫିରଜ ବଳିୟାରସିଂ, ଲିପୁନ ଦିଗଲ ଓ ପିଙ୍କୁ ଦିଗାଲ କୌଣସି ଘରୋଇ କାମରେ ଦାରିଙ୍ଗବାଡ଼ି ଆସି ନିଜ ଗ୍ରାମକୁ ଏକ ଅଟୋ ଯୋଗେ ଫେରୁଥିଲେ । ସେହି ସମୟରେ କିଲାବାଡ଼ି ଗ୍ରାମର ପିତର ପ୍ରଧାନ ଓ ସମ୍ବିଳ ମଲିକ ମଟର ସାଇକେଲରେ ଟେକାବାଡ଼ି ଗ୍ରାମରୁ ଦାରିଙ୍ଗବାଡ଼ିକୁ ଆସୁଥିଲେ । ପାଙ୍ଗାଲି ଘାଟିରେ ଉଭୟ ଅଟୋ ଓ ମଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ସେହି ପରି କସବସା ଗ୍ରାମର ସଂଗ୍ରାମ ନାୟକ (୨୫) କୌଣସି କାମରେ ବ୍ରାହ୍ମଣୀଗାଁରୁ ଏକ ବାଇକ୍ ଯୋଗେ ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ନିଜ ଗ୍ରାମକୁ ଫେରୁ ଥିବା ବେଳେ ବଙ୍ଗଡ ଦୁଆ ଘାଟି ବୁଲାନ୍ତିରେ ଅପର ପକ୍ଷରୁ ଆସୁଥିବା ଅଟୋ ସହ ଧକ୍କା ହୋଇ ଘଟଣା ଗୁରୁତର ଆହତ ହୋଇ ପଡ଼ିଥିଲେ l ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ଜଣା ପଡ଼ିଛି ।