ଜିଲ୍ଲା ପାଳକଙ୍କ କାର୍ଯ୍ୟଳୟ ସମ୍ମୁଖରେ ଓଡ଼ିଶା ଅଖିଳ ଭାରତ ଆଦିବାସୀ ମଞ୍ଚପକ୍ଷରୁ ଏକ ବିଶାଳ ଧାରଣା….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମ୍ମା): ଗଜପତି ଜିଲ୍ଲାର ସମସ୍ତ ବ୍ଲକରେ ଭାରତ ମୁକ୍ତି ମୋର୍ଚ୍ଚା, ଓଡ଼ିଶା ଦଳିତ ମହାସଭା ଏବଂ ଅଖିଳ ଭାରତ ଆଦିବାସୀ ମହାସଭା ତରଫରୁ  ଭାରତ ବନ୍ଦର ବଡ ପ୍ରଭାବ ଦେଖିବାକୁ ମିଳିଛି । ଆଜି ୧ ଜୁଲାଇ ୨୦୨୫, ମଙ୍ଗଳବାର ଦିନ ଭାରତୀୟ ଗଣତନ୍ତ୍ର ଏବଂ ଜନସାଧାରଣଙ୍କ ସାମ୍ବିଧାନିକ ମୌଳିକ ଅଧିକାରର ସୁରକ୍ଷା ନିମନ୍ତେ ତଥା ଦେଶରେ ନ୍ୟାୟ ପ୍ରସ୍ଥାପିତ କରିବା ପାଇଁ  “ଭାରତ ବନ୍ଦର” ଡ଼ାକରା ଦିଆଯାଇ ଅଛି । ଏହି ଭାରତ ବନ୍ଦ ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚା, ରାଷ୍ଟ୍ରୀୟ କିଶାନ ମୋର୍ଚ୍ଚା ଏବଂ ବହୁଜନ ସମାଜର ଅନ୍ୟାନ୍ୟ ସଂଗଠନର ମିଳିତ ତତ୍ତ୍ବାବଧାନରେ  ଭାରତ ବନ୍ଦ କରାଯାଇ ଅଛି । ଏହି ଭାରତ ବନ୍ଦର  ୯ ଗୋଟି ଦଫା ଦାବୀ ପୂରଣ କରିବା ନିମନ୍ତେ ଭାରତ ବନ୍ଦ ଡାକରା ଦିଯାଇଥିଲା l ସେ ଗୁଡ଼ିକ ହେଲା (୧) ଇଭିଏମ୍ କୁ ହଟାଇ ବାଲାଟ ପେପର ମାଧ୍ୟମରେ ସମସ୍ତ ନିର୍ବାଚନ ପାରଦର୍ଶିତାର ସହିତ କରିବା l (୨) କେନ୍ଦ୍ର ସରକାରଙ୍କ ଦ୍ବାରା ଓବିସିଙ୍କର ଜାତିଭିତ୍ତିକ ଜନଗଣନା ସହିତ ସମସ୍ତ ବର୍ଗର ଜାତିଭିତ୍ତିକ ଜନ ଗଣନା କରି ସେମାନଙ୍କର ସଂଖ୍ୟା ଅନୁପାତରେ ସମସ୍ତ କ୍ଷେତ୍ରରେ ପ୍ରତିନିଧିତ୍ବ ପ୍ରଦାନ କରିବା l ମୂଳନିବାସୀ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ଉପରେ ଦେଶବ୍ୟାପୀ ହେଉଥିବା ଉତ୍ପୀଡ଼ନ, ଅନ୍ୟାୟ ଏବଂ ଧାର୍ମିକ ଆଧାରରେ ଭେଦଭାବ ବିରୁଦ୍ଧରେ, ବିକାଶ ନାମରେ ଆଦିବାସୀମାନଙ୍କୁ ଜଳ, ଜଙ୍ଗଲ ଓ ଜମିରୁ ବେଦଖଲ କରିବା ସହିତ ସେମାନଙ୍କର ସଂସ୍କୃତି ଏବଂ ଅସ୍ତିତ୍ବକୁ ସମାପ୍ତ କରିବାର ଷଡ଼ଯନ୍ତ୍ର ବିରୁଦ୍ଧରେ ଭାରତ ବନ୍ଦ ଡ଼ାକରା ଦିଆଯାଇ ଥିବା ବେଳେ ଜିଲ୍ଲାପାଳକଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକ ବିଶାଳ ଧାରଣା  ଅଖିଳ ଭାରତ ଆଦିବାସୀ ମଞ୍ଚର ଆବାହକ କେଦାର ଶବରଙ୍କ ନେତୃତ୍ୱରେ ପ୍ରଦର୍ଶନ କରାଯାଇ ଧରାକୋଟ  ଘଟଣାର ଯେଉଁ  ଗରିବ ଦଳିତ  ଲୋକଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରଯାଇଥିଲା ସେହି ପିଡିତ ମାନଙ୍କୁ ୨  ଏକର ସରକାରୀ ଜମି ଓ   ସର୍ବନିମ୍ନ ଦଶ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ଦାବି କରି  ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରଯାଇଥିଲା l  ଗଜପତି ଜିଲ୍ଲାରେ ଭାରତ ବନ୍ଦ ସମାଜସେବୀ ପ୍ରମୋଦ ନିଶାନ, ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନ, ଶୁସ୍ଥିର ଷଡ଼ଙ୍ଗୀ, ମନୁଏଲ୍ ଛିଞ୍ଚାନି,  ଲିଭିଙ୍ଗଷ୍ଟୋନ ଗମାଙ୍ଗଙ୍କ ନେତୃତ୍ବରେ ଶାନ୍ତିପୂର୍ଣ୍ଣ ଭାବରେ ଭାରତ ବନ୍ଦ ସଫଳ ହୋଉଥିଲା ।