ଭାରତ ବନ୍ଦ ବ୍ରାହ୍ମଣୀଗାଁରେ ସଫଳ, ଆଞ୍ଚଳିକ ଆଦିବାସୀ ଦଳିତ ସ୍ଵାଭିମାନ ମଞ୍ଚ ପକ୍ଷରୁ ଶାନ୍ତି ପୂର୍ଣ୍ଣ ରାଲି ଓ ଶୋଭାଯାତ୍ରା ଅନୁଷ୍ଠିତ….
ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଠାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ଆଞ୍ଚଳିକ ଆଦିବାସୀ ଦଳିତ ସ୍ଵାଭିମାନ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନର ଆୟୋଜନ କରାଯାଇଥିଲା । ଅଞ୍ଚଳ ବାସୀ ପ୍ରଥମେ ସ୍ଥାନୀୟ ହାଟ ପଡ଼ିଆ ଠାରେ ରୁଣ୍ଡ ହୋଇ ଥିଲେ l ସେଠାରେ ଶ୍ରୀ ରମାକାନ୍ତ ବଳିଆର ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆୟୋଜନ କରାଯାଇଥିଲା l ଉକ୍ତ ବୈଠକରେ ବ୍ରାହ୍ମଣୀଗାଁ କାଥଲିକ ମଣ୍ଡଳୀର ସଭାପତି ବିକ୍ରମାଦିତ୍ୟ ବାସ୍ତିରାୟ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀ, ଦଳିତ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟ ପ୍ରତି ଧର୍ମ ଓ ଜାତି ନାମରେ ଗୋ ତସ୍କରି ନାମରେ ଘଟୁଥିବା ଅମାନୁଷିକ ଅତ୍ୟାଚାର ଓ ମାନବାଧିକାର ଉଲ୍ଲଂଘନକୁ ନେଇ ଆଲୋଚନା କରାଯାଇ ଥିଲା l ଭାରତୀୟ ନାଗରିକ ଭାବେ ସମସ୍ତଙ୍କୁ ସମାନ ଭାବେ ବଞ୍ଚିବାର ସାମ୍ବିଧାନିକ ଅଧିକାର ରହିଛି l ଏଣୁ ହିଂସା ଘଟାଉ ଥିବା ଲୋକଙ୍କ ପ୍ରତି ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରି ଦେଶ ତଥା ରାଜ୍ୟରେ ସୁଶାସନ ବ୍ୟବସ୍ଥା ଗ୍ରହଣ କରିବାକୁ ବକ୍ତାମାନେ ଦାବୀ କରିଥିଲା । ପ୍ରଶାନ୍ତ ନାୟକ ବୈଠକକୁ ସଂଯୋଜନା କରିଥିଲେ । ବୈଠକ ପରେ ହାଟ ପଡ଼ିଆ ଠାରୁ ଏକ ରାଲି ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରା ବାଜି ଦେଇ ଥାନା ପଯ୍ୟନ୍ତ ଯାଇଥିଲେ l ଏହି ସମୟରେ ସେମାନେ ସାମ୍ବିଧାନିକ ଅଧିକାର ଆମର ଦାବୀ, ଜାତି ଧର୍ମ ନାରେ ହିଂସା ବନ୍ଦ କର, ସଂଖ୍ୟା ଲଘୁ ପ୍ରତି ଅତ୍ୟାଚାର ବନ୍ଦ କର, ସାମାଜିକ ନ୍ୟାୟ ଆମର ଦାବୀ ଏପରି ବିଭିନ୍ନ ନାରାବାଜି ଦେଇଥିଲେ । ପରେ ସେମାନେ ଥାନାରେ ପହଞ୍ଚି ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ଜିଲ୍ଲା ମାଜିଷ୍ଟ୍ରେଟ, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପୁଲିସ କମିସନରଙ୍କ ଉଦ୍ଧେଶ୍ୟ ରେ ସ୍ଥାନୀୟ ଆଇଆଇସି ବିଜୟ କୁମାର ହାଇବୁରୁଙ୍କୁ ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଅଞ୍ଚଳର ପ୍ରାୟ ୧୩ ଗୋଟି ପଞ୍ଚାୟତରୁ ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିଲେ । ଆଇଆଇସି ବିଜୟ କୁମାର ହାଇବୁରୁଙ୍କ ନେତୃତ୍ୱ ପୁଲିସ ଫୋର୍ସ ମୁତୟନ କରି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।