ଭାରତ ମୁକ୍ତି ମୋର୍ଚ୍ଚା ବନ୍ଦ ଡାକରାର ପ୍ରଭାବାରେ ଘୁ.ଉଦୟଗିରି ଠାରେ ଦୋକାନ ବଜାର ବନ୍ଦ ସହ ଯାତାୟତ ସେବା ଠପ, ବନ୍ଦକୁ ସମ୍ପୁର୍ଣ୍ଣ ଜନସାଧାରଣ ସମର୍ଥନ କରିଥିବା ବେଳେ ବନ୍ଦରୁ ଓହରିବା ପାଇଁ ପୁଲିସ ପକାଇ ଥିଲା ଚାପ: ହନକ ଦିଗାଳ, ସଂଯୋଜକ….

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ମୁକ୍ତି ମୋର୍ଚ୍ଚା ସଂଗଠନର ଆହ୍ବାନ କ୍ରମେ ଘୁ.ଉଦୟଗିରି ଅଞ୍ଚଳରେ ସକାଳ ୬ ଘଣ୍ଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ବନ୍ଦ ପାଳନ ହୋଇଥିଲା । ଏହି ବନ୍ଦର ପ୍ରଭାବରେ ଘୁ.ଉଦୟଗିରି ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଯାତାୟାତ ସେବା ସମ୍ପୁର୍ଣ ବନ୍ଦ ରହି ଥିଲା l ସକାଳେ ଭାରତ ମୁକ୍ତି ମୋର୍ଛାର ସଦସ୍ୟମାନେ ଘୁ.ଉଦୟରିରୀ ବ୍ଲକ ସଂଯୋଜକ ହନକ ଦିଗାଲଙ୍କ ନେତୃତ୍ବରେ ବନ୍ଧ ଛକରେ ଗାଡି ମଟର ଅଟକ ରଖିବା ସହ ଦୋକାନ ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ କରି ଥିଲେ l ସଂଗଠନର ସୂଚନା ଅନୁସାରେ ବନ୍ଦ ଡାକରାର ମୁଖ୍ୟ ଦାବି ଗୁଡ଼ିକ ହେଲା ଭାରତର ଗଣତନ୍ତ୍ର, ସମ୍ବିଧାନ ଓ ମୂଳନିବାସୀ ବହୁଜନ ସମାଜର ମୌଳିକ ସାମ୍ବିଧାନିକ ଅଧିକାରର ସୁରକ୍ଷା, ନିର୍ବାଚନ ପ୍ରକ୍ରିୟାରେ ଇଭିଏମ ମେସିନ୍ ହଟାଇ ବେଲେଟ ପେପର ରବ୍ୟବହାର, ଓବିସି ଓ ସମସ୍ତ ଜାତିର ଜାତି ଭିତ୍ତିକ ଜନଗଣନା କରିବା, ସଂସଦରେ ଆରଏସଏସ ଏବଂ ବିଜେପି ଦ୍ଵାରା ମୂଳନିବାସୀ ବହୁଜନ ମହାପୁରୁଷଙ୍କ ପ୍ରତି କରାଯାଇଥିବା ଅବମାନନା ବିରୁଦ୍ଧରେ, ବୌଦ୍ଧଗୟା ସ୍ଥିତ ମହାବୋଧ ମହାବିହାରର ମୁକ୍ତି ପାଇଁ, ୱାକଫ ସଂଶୋଧନ ବିଲ୍ ଅସାମ୍ବିଧାନିକ ବୋଲି ବିଲକୁ ପ୍ରତ୍ୟାହାର କରିବା, ମୂଳନିବାସୀ ଖ୍ରୀଷ୍ଟିୟାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ଏହି ବନ୍ଦ ଡାକରା ହୋଇଥିଲା । ଏହି ବନ୍ଦ ଡାକରାରେ ବିଭିନ୍ନ ସାମାଜିକ ସଂଗଠନ ଗୁଡ଼ିକ ତଥା ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ମିଳିତ ଭାରତ ବନ୍ଦ ଡାକରାରେ ସହଯୋଗ କରିଥିବା ବେଳେ ଘୁ.ଉଦୟଗିରି କଂଗ୍ରେସ ଦଳ ସମର୍ଥନ କରିଥିବା ସୂଚନା ମିଳିଛି । ବନ୍ଦକୁ ବିଫଳ କରିବା ପାଇଁ ସ୍ଥାନିୟ ପୁଲିସ ଅଧିକାରୀ ତଥା ଥାନାଧିକାରୀ ସଂଯୋଜକଙ୍କୁ ମାନସିକ ଚାପ ପକାଇଥିବା ସୁଚନା ଦେଇଛନ୍ତି l ସକାଳେ ଥାନାଧିକାରୀ ବନ୍ଧ ଛକରେ ପହଂଚି କାହାକୁ ମଧ୍ୟ ଦୋକାନ ବଜାର ବନ୍ଦ କରିବା ପାଇଁ ବାଧ୍ୟ କରି ପାରିବ ନାହି କିମ୍ବା ଗାଡି ମଟର ବନ୍ଦ କରି ପାରିବ ନାହି ବୋଲି ସଂଯୋଜକ ହନକ ଦିଗାଳଙ୍କୁ ତାଗିଦ୍ କରି ଥିଲେ l ଏହା ମୁଳନିବାସୀଙ୍କ ମୌଳିକ ଅଧିକାରର୍ ଲଢେଇ ତେଣୁ ଆମେ ପଛକୁ ହଟିବୁ ନାହି ବୋଲି ଥାନାଧିକାରୀଙ୍କୁ ତାଗିଦ୍ କରିବା ସହ କାର୍ଯ୍ୟକ୍ରମ ଜାରି ରଖି ଥିଲେ ସଂଯୋଜକ ହନକ ଦିଗାଳ l ଏହା ସହ ସେ କହି ଥିଲେ କି ଘୁ.ଉଦୟଗିରି ଜନସାଧାରଣ ଏହି ବନ୍ଦକୁ ସମର୍ଥନ କରିଥିବା ବେଳେ ସ୍ଥାନୀୟ ପୁଲିସର ମାନସିକ ଚାପ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ l ବିଗତ ଦିନରେ ସ୍ଥାନୀୟ ପୁଲିସ ମୁଳନିବାସୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅନୁମତି ନ ଦେବା ଆଳରେ ଆବଶ୍ୟକତାରୁ ଅଧିକ ଅନାବଶ୍ୟକ ବିଭିନ୍ନ କାଗଜ ପତ୍ର ଅର୍ଥାତ କାର୍ଯ୍ୟକ୍ରମକୁ ଅନୁମତି ନ ଦେବା ପାଇଁ ଆୟୋଜିତ ହେଉ ଥିବା ଜମିର୍ ବିଭିନ୍ନ ଦସ୍ତାବିଜ୍ ଦାଖଲ କରିବା ପାଇଁ ମାନସିକ ଚାପ ପକାଇ ଆସୁଛି l ସ୍ଥାନୀୟ ପୁଲିସର ଏହି ନିୟମ କେବଳ ମୁଳନିବାସୀଙ୍କ ପାଇଁ ନା ସବୁବର୍ଗର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ପ୍ରଶାସନକୁ ପ୍ରଶ୍ନ କରିବା ସହ ଏହା ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟ ଓ ଏହି ଜମି ଗୁଡିକ ଆବାହମାନ କାଳରୁ ଶହ ଶହ ବର୍ଷ ଧରି ମୁଲନିବାସୀଙ୍କ ଦଖଲରେ ରହିଅଛି l ସ୍ଥାନୀୟ ପୁଲିସର ଏକ ତରଫା ନୀତିକୁ ଭାରତ ମିକ୍ତି ମୋର୍ଛା ଓ ମୁଳନିବାସୀଙ୍କ ପକ୍ଷରୁ ତିବ୍ରୋ ନିନ୍ଦା କରାଯାଉଛି ବୋଲି ସଂଯୋଜକ ହନକ ଦିଗାଳ ମତପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ପାଇଁ ପୁର୍ବଦିନ ଡାକ ବାଜି ଯନ୍ତ୍ର ମାଧ୍ୟମରେ ବନ୍ଦ ବିଷୟରେ ଲୋକଙ୍କୁ ସୂଚନା ଦିଆଯାଇଥିଲା । ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ଵାଇଁଙ୍କ ନେତୃତ୍ଵରେ ଏସଆଇ ରୂପକ ଦଳେଇ, ମହିଳା ଏସଆଇ ରଞ୍ଜିତା ବେହେରା, ବୁଲୁ ବେହେରା ସମେତ ଆଇଆରବି ଯବାନ ମୁତୟନ ହୋଇ ସୁରକ୍ଷା ପ୍ରତି ତିକ୍ଷ୍ଣ ଦୃଷ୍ଟି ରଖିଥିଲେ । ଘୁ.ଉଦୟଗିରି ସହର ଏକ ଶାନ୍ତି ପ୍ରିୟ ସହର ଯାହାକି ସମସ୍ତେ ଏହାକୁ ସହଯୋଗ କରି ଦୋକାନ ବଜାର ବନ୍ଦ କରିଥିଲେ କିନ୍ତୁ ଦିନ ୨ଟା ପରେ ସମସ୍ତ ଦୋକାନ ବଜାର ଖୋଲିବା ପାଇଁ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ନେତୃତ୍ବ ହନକ ଦିଗାଳ ନେଇ ଥିବା ବେଳେ ଭିମ୍ଆର୍ମୀ ସଭାପତି ଫିରୋଜ ଦିଗାଳ, ଅରୁଣ ପ୍ରଧାନ, ସୁଭ୍ରମନ୍ୟୁ ନାୟକ, ପ୍ରତାପ ପ୍ରଧାନ, ସରତ ଚନ୍ଦ୍ର ଦିଗାଳ, ଆମନ ଚନ୍ଦ୍ର ନାୟକ, ରେମଜିସ୍ ନାୟକ, ଆଲୋକ ନାୟକ ଓ ରୁବେନ ନାୟକଙ୍କ ସହ ବହୁ ମୁଳନିବାସୀ ସହଯୋଗ କରିଥିଲେ l