ତିତୀକ୍ଷା ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଚକାପାଦ(ବାଳକୃଷ୍ଣ କହଁର): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଗୁଦାରୀ ପଞ୍ଚାୟତ ରାଜିବ ଗାନ୍ଧୀ ସେବା କେନ୍ଦ୍ରରେ ତିତୀକ୍ଷା ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ତିତୀକ୍ଷା ୱେଲଫେୟାର ଫାଉଣ୍ଡେସନ ଏମ୍ ଡି ଶ୍ରୀ ଜିତେନ୍ଦ୍ର ସୁନା ଓ ସଭାପତି ଶ୍ରୀ ବିନୋଦ କୁମାର ବାଘ ଯୋଗଦେଇ ଥିଲେ । ଜିଲ୍ଲାର ବେକାରୀ ଯୁବକ ଯୁବତୀମାନେ କିପରି ରୋଜଗାର କରି ସ୍ୱାବଲମ୍ବୀ ହୋଇ ପାରିବେ ସେହି ବିଷୟରେ ଆଲେଚନା କରାଯିବା ସହିତ ଗରିବ ଲୋକମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଜରୁରୀକାଳୀନ ପରିସ୍ଥିତିରେ ତିତୀକ୍ଷା ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ  ଆର୍ଥିକ ସାହାଯ୍ୟ ସହଯୋଗ କରିପାରିବେ ସେ ଉପର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା   । ଏଥିରେ ଗୋବିନ୍ଦ କହଁର, ତନୁଜା କହଁର, ମଞ୍ଜୁଶ୍ରୀ କହଁର, ବିମଳ ଦେହୁରୀ, ବସନ୍ତ କୁମାର ଦିଗାଲ ପ୍ରମୁଖ ଉପସ୍ଥିତ ହୋଇ ସମ୍ପୂର୍ଣ୍ଣ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ  ।