ଦୃଷ୍ଟିହୀନ ଭତ୍ତାରୁ ବଞ୍ଚିତ ନୁରା ଦିଗାଳ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ଓ କେନ୍ଦ୍ର ସରକାର ଗରିବ, ଅସହାୟ, ଭିନ୍ନକ୍ଷମ, ଦୃଷ୍ଟିହୀନ ଜୀବନକୁ ସହଜ ସମ୍ମାନ ଜନକ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ସତ କିନ୍ତୁ ବ୍ଳକ ପ୍ରଶାସନିକ ଅବହେଳା ଯୋଗୁଁ କୋଉଠି ନା କୋଉଠି ବାଟବଣା ହୋଇ ଯାଉଛି ସରକାରୀ ଯୋଜନା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ନୁରା ଦିଗାଲ(୫୫)ଙ୍କ କ୍ଷେତ୍ରରେ । ହିତାଧିକାରୀ କହିବା ମୁତାବକ ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିବା ମଧ୍ୟ କୈାଣସି ସଫଳ ମିଳିନଥିବା କହିଛନ୍ତି । ନୁରା ଦିଗାଲ ୬୦ ପ୍ରତିଶତ ଦୃଷ୍ଟିହୀନ ଥାଇ ମଧ୍ୟ ବର୍ଦ୍ଧିତ ଭତ୍ତା ପାଇବାରୁ  ବଞ୍ଚିତ  ଅଛନ୍ତି । ନୁରା ଦିଗାଲଙ୍କ ଗୋଟିଏ ଆଖି ସଂମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ବର୍ତ୍ତମାନ ସେ ବହୁତ ଅସୁବିଧାରେ ଜୀବନ ବିତାଉଛନ୍ତି ।  ଯଥାଶିଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୃଷ୍ଟିହୀନ ନୁରା ଦିଗାଲଙ୍କୁ ଦୃଷ୍ଟିହୀନ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବା ପାଇଁ ରାଇ ଗୁଡା ଗ୍ରାମବାସୀ ଓ ବୃଦ୍ଧିଜୀବି ମହଳରୁ ଦାବି ଉଠିଛି । ଦେଖିବାକୁ ବାକି ରହିଲା କେବେ ନୁରା ଦିଗାଲଙ୍କ ଦୁଃଖ  ଦୂର କରୁଛନ୍ତି ଓଡ଼ିଶାର ନୂତନ ସରକାର ।