ଶଙ୍କରାଖୋଲ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରଣ ଟଙ୍କା ପ୍ରଦାନ…

ଚକାପାଦ(ବାଳକୃଷ୍ଣ କହଁର): ଚକାପାଦ ବ୍ଲକ ଶଙ୍କରାଖୋଲ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 20 ଲକ୍ଷ ରଣ ପ୍ରଦାନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ହୃଦତଞ୍ଜନ ସାହୁ, ବ୍ୟାଙ୍କ ପରିଚାଳକ ଲିପୁନ ବେହେରା, ଅତିରିକ୍ତ ଶାଖା ପରିଚାଳକ ଗିରିଜା ଶଙ୍କର ବେହେରା, ବ୍ୟାଙ୍କ କର୍ମଚାରୀ ହରିଶ ମଲ୍ଲିକ ଓ ଦିଲ୍ଲୀପ ପାତ୍ର, ବ୍ଲକ ବିପିଏମ ସୂର୍ଯ୍ୟକାନ୍ତ କରଣ ଯୋଗଦେଇଥିଲେ l ଶଙ୍କରାଖୋଲ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ଲକ୍ଷ ଓ ଗୁଡାରି ସାହି ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି l ସୂଚନା ପ୍ରକାରେ ଦୁଇ ଗୋଷ୍ଠୀଙ୍କୁ ପୂର୍ବରୁ ବ୍ୟବସାୟ କରିବାକୁ ଟଙ୍କା ଦିଆଯାଇଥିଲା ଉଭୟ ଭଲ କାରବାର କରି ଲାଭ ପାଇଥିବାରୁ ସେମାନଙ୍କୁ ପୁଣି ଦ୍ୱତୀୟ ବାର ରଣଅର୍ଥ ପ୍ରଦାନ କରାଯାଇଛି l ଏହି ଉଭୟ ଗୋଷ୍ଠୀଙ୍କୁ ବିଡ଼ିଓ ଏବଂ ବ୍ୟାଙ୍କ କର୍ମଚାରୀ ତଥା ସାଧାରଣରେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି l