ହିଞ୍ଜିଳିକାଟୁ ଓ ଶେରଗଡ଼ କଲେଜ ସମ୍ମୁଖରେ ଯୁବ ବିଜେଡ଼ିର ପ୍ରତିବାଦ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା କୁ ନେଇ    ବିରୋଧି ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ଼ରେ ଠାରେ ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ଓ ଯୁବ ବିଜେଡ଼ି କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହି ଭଳି ଶେରଗଡ଼ ଯୁବ ନେତା ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଓ ଛାତ୍ର ନେତା ବିପ୍ଲବ ସେଠୀଙ୍କ ନେତୃତ୍ଵରେ ଶେରଗଡ଼ ଉଦୟ ପ୍ରତାପ ମହା ବିଦ୍ୟାଳୟ ସମ୍ମୁଖର ଶତାଧିକ ଛାତ୍ର ଓ ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନାରୀ ସୁରକ୍ଷା ଓ ମହିଳା ନିର୍ଯାତନା ବିରୋଧିର ପ୍ରତିବାଦ କରିଥିଲେ ।