ଅନୁସନ୍ଧାନ ଭାରତ(ବ୍ୟୁର): ମୁମ୍ବାଇ ସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେଡିର ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କୁ ସାକ୍ଷାତ କରିଛନ୍ତି ବିଜେଡିର ବରିଷ୍ଠ ନେତା । ଏହି ସାକ୍ଷାତ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡିର ବରିଷ୍ଠ ନେତା ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ସାଂସଦ ମାନସ ମଙ୍ଗରାଜ, ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକ, ସୁଶାନ୍ତ ରାଉତ, ବିଶ୍ୱ ରଂଜନ ମଲ୍ଲିକ, ଧୃବଚରଣ ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଓ ଚିକିତ୍ସା କରୁଥିବା ଡାକ୍ତର ଟିମ୍ ସହିତ ମଧ୍ୟ ଭେଟି ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଖୁବଶୀଘ୍ର ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ସୁସ୍ଥ ହୋଇ ଓଡିଶାକୁ ଜୁଲାଇ ମାସର ପ୍ରଥମ ସପ୍ତାହରେ ଫେରିବେ ବୋଲି ଦଳର ଉପସଭାପତି ତଥା ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଶ୍ରୀ ସଂଜୟ କୁମାର ଦାସବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।