ରାହୁଲ ଓ ପ୍ରିୟଙ୍କାଙ୍କ ଫୋକସ୍‌ରେ ଓଡ଼ିଶା: ଗଂଜାମ ଜିଲ୍ଲା ଗଣଦୁଷ୍କର୍ମ ଓ ଦଳିତ ନିର୍ଯାତନା ଘଟଣାକୁ ନିନ୍ଦା କଲେ, ଧରାକୋଟରେ ଦୁଇ ଦଳିତ ଯୁବକଙ୍କୁ ଆକ୍ରମଣ ଅମାନବୀୟ ନୁହେଁ ବରଂ ମନୁବାଦୀ ବିଚାରଧାରାର ବର୍ବରତା- ରାହୁଲ ଗାନ୍ଧୀ ….

ଅନୁସନ୍ଧାନ ଭାରତ(ବ୍ୟୁର): କିଛି ଦିନ ହେବ ଓଡିଶାରେ ରାଜନୈତିକ ପାଣିପାଗ ସରଗରମ୍ ହୋଇଉଠିଛି l କନ୍ଧମାଳ ଜିଲ୍ଲା ଗଣଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଓ ଗୋପାଳପୁର ଗଣଦୁଷ୍କର୍ମ ହେଉବା ଗଂଜାମ ଜିଲ୍ଲା ଦଳୀତ ନିର୍ଯାତନା ଘଟଣାକୁ ନେଇ ଶାସକ ବିଜେପିକୁ ଘେରିବା ଘଟଣାରେ କଂଗ୍ରେସ ଆଗରେ ଥିବା ବେଳେ ବିରୋଧୀ ବ୍ୟାକ ଫୁଟରେ ବିଜେଡି l କନ୍ଧମାଳ ଗଣଦୁଷ୍କର୍ମ ପରେ ହତ୍ୟାକାଣ୍ଡ, ଗୋପାଳପୁର ଗଣଦୁଷ୍କର୍ମ ଓ ଧରାକୋଟ ଦଳିତ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ଏବେ ଉଠୁଛିପଡୁଛି । ଏହି ଘଟଣା ଗୁଡିକୁ ନେଇ ଶାସକ ବିଜେପିକୁ ସମ୍ବାଦିକ ସମ୍ମିଳନୀ ଓ ଗ୍ରାଉଣ୍ଡ ଜିରୋକୁ ଯାଇ ଆକ୍ରମଣ ଜାରି ରଖିଛି l ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏଭଳି ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ଦଳ ବିଜେଡିର ପଦକ୍ଷେପ ପଛରେ ପଡ଼ିଥିବା ବେଳେ କଂଗ୍ରେସ ଆଗରେ ରହିଛି । ପ୍ରିୟଙ୍କା ଗାନ୍ଧି ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ ସେୟାର କରିଛନ୍ତି । ଭୁବନେଶ୍ୱରରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଚୁପ ବସି ପଡୁଥିବାବେଳେ ଗ୍ରାଉଣ୍ଡରେ କଂଗ୍ରେସ ସକ୍ରିୟ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଗୋପାଳପୁର ଗଣଦୁଷ୍କର୍ମ ଓ କନ୍ଧମାଳ ଗଣଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଘଟଣାରେ ଏଆଇସିସି ଓଡ଼ିଶାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ପଠାଇ ଥିଲା । ଏହି ଟିମ୍‌ ଗୋପାଳପୁର ଓ କନ୍ଧମାଳ ଜିଲ୍ଲାକୁ ଯାଇ ଗ୍ରାଉଣ୍ଡରେ ସ୍ଥିତି ଦେଖିବା ସହ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଏହି ଟିମ୍‌ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ରିପୋର୍ଟ ଦେବା ସହ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଂକୁ ଘେରି ଛନ୍ତି l ଧରାକୋଟରେ ଦୁଇ ଦଳିତ ଯୁବକଙ୍କୁ ଆକ୍ରମଣ ଘଟଣାରେ ବି କଂଗ୍ରେସ ସକ୍ରିୟ ରହିଛି । ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଯେ ଏହା ଅମାନବୀୟ ନୁହେଁ ବରଂ ମନୁବାଦୀ ବିଚାରଧାରାର ବର୍ବରତା । ଏଆଇସିସି ନିର୍ଦ୍ଦେଶରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ବି ଗଠିତ ହୋଇଛି । ଅର୍ଥାତ ରାହୁଲ ଓ ପ୍ରିୟଙ୍କାଙ୍କ ଫୋକସ୍‌ରେ ଅଛି ଓଡ଼ିଶା । ଭକ୍ତ ଦାସ ପିସିସି ସଭାପତି ହେବା ପରେ ଦଳକୁ ସଞ୍ଜିବନୀ ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଜୁଲାଇରେ ଦିଲ୍ଲୀ ନେତାଙ୍କୁ ଧରି ଓଡ଼ିଶା ଆସୁଛନ୍ତି ।  ପ୍ରମୁଖ ପ୍ରସଙ୍ଗରେ କଂଗ୍ରେସ ସକ୍ରିୟ ରହିଥିବାବେଳେ ନବୀନ ସ୍ୱାସ୍ଥ୍ୟଗତ କାରଣରୁ ମୁମ୍ବାଇ ଯିବା ଓ ବିଜେଡିର ଧୀର ଗତି ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ହୋଇଛି । ଭକ୍ତ ଦାସ ପିସିସି ସଭାପିତ ହେବା ପରେ ନାରୀ ନିର୍ଯାତନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଛି କଂଗ୍ରେସ । କିନ୍ତୁ ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ଯେମିତି ଆକ୍ରାମଣାତ୍ମକ ହେବା କଥା ସେମିତି ଦେଖିବାକୁ ମିଳୁନାହିଁ ।