ଧରାକୋଟ ବ୍ଲକ ଅନ୍ତରଗତ ରେ ଦଳିତଙ୍କୁ ଆକ୍ରମଣ ଘଟଣାକୁ ନେଇ ପିସିସିର ଅନୁଧ୍ୟାନ କମିଟି……

ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅର୍ନ୍ତଗତ ସିଙ୍ଗିପୁର ଗ୍ରାମର ଦଳିତ ଦୁଇ ଭାଇଙ୍କୁ କିଛି ଦୁର୍ବୁତ ମରଣାନ୍ତକ ଆକ୍ରମଣ କରି ଲଣ୍ଡାକରି ଘାସ ଖୁଆଇବା ସହ ମଇଳା ପାଣି  ପିଆଇ ଗାଁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ନେଉଥିବା ଘଟଣାର ଅନୁଧ୍ୟାନ ନିମନ୍ତେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।  କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ଉକ୍ତ କମିଟିରେ ଅଧ୍ୟକ୍ଷ ଥିବା ବେଳେ ପିସିସି ଉପସଭାପତି ତଥା ବିଧାୟକ ଶ୍ରୀ ରମେଶ ଜେନା, ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ପିସିସି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ପିସିସି ସମ୍ପାଦକ ତୁଳେଶ୍ୱର ନାୟକ ସଦସ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ଖୁବଶୀଘ୍ର ଘଟଣାସ୍ଥଳକୁ ଗସ୍ତକରି ପୀଡ଼ିତାକୁ ସାକ୍ଷାତ କରିବା ସହିତ ଘଟଣାର ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ପଠାଇବେ ।