ରା.ଉଦୟଗିରି ପୁଲିସକୁ ବଡ ସଫଳତା…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଇଆସୁଥିବା ବେଳେ ଗତକାଲି ରା.ଉଦୟଗିରି ପୁଲିସକୁ ମିଳିଛି ବଡ ସଫଳତା l ଗତକାଲି ରା.ଉଦୟଗିରି ଥାନା ଏସଆଇ ଏସ ହେମ୍ବ୍ରମଅଙ୍କ ତତ୍ବାବଧାନରେ ପୁଲିସ ସହକର୍ମୀ ଏସ ଏନ ନାୟକ, ଏସ ମହାରଣା, ଏସ ଗମାଙ୍ଗ ଓ କେ ଏମ ନାୟକଙ୍କ ସହଯୋଗରେ ବସ୍ତ୍ରୀଗୁଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବଜାଜ ଅଟୋ ଗାଡି ନଂ AP 30 TA 0494ରେ ଗଞ୍ଜେଇ ଯାଉଥିବା ସୂଚନା ପାଇ ଯାଞ୍ଚ କରିଥିଲେ l ପୁଲିସ ଗାଡି ଓ ୧୨୩ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଆଙ୍କୁ ଗିରଫ କରିଛି l ଗିରଫ ତିନିଜଣ ହେଲେ ବିଜୟ ଲିମା(୩୧), ହିଜକିୟ ସିଂ(୨୬) ଓ ଫିଲିପ ସିଂ( ୩୨) l ଗିରଫ ସମସ୍ତେ ହେଲେ ରା.ଉଦୟଗିରି ଥାନା ଅନ୍ତର୍ଗତ ତାବରଡା ଗ୍ରାମର ବୋଲି ଜଣା ପଡିଛି । ଏନ.ଡି.ପି.ଏସ ଅଧିନିୟମ ଅନୁସାରେ କେସ ନମ୍ବର ୬୮/୨୫ରେ ମାମଲା ରୁଜ୍ଜୁ କରି ସମ୍ପୃକ୍ତ ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରା ଉଦୟଗିରି ଥାନା ଅଧିକାରୀ ଶ୍ରୀ ଅଶ୍ବିନୀ ଭିତ୍ରୀୟା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।