ଶିକ୍ଷକଙ୍କ ଅକାଳ ବିୟୋଗରେ ଶୋକସଭା ଅନୁଷ୍ଠିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ଜୟମଙ୍ଗଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀଙ୍କ ହୃଦଘାତ ଜନିତ  ଅକାଳ ବିୟୋଗ ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ବଡତ୍ୟାଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିବାକର ସେଠୀ ଏହାର ପରିଚାଳନା କରିଥିବା ବେଳେ ଶିକ୍ଷକ ବୁଲୁ ବେହେରା ଏହାର ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବରେ ଘୋଡା ଦେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମମତା କୁମାରୀ ଦେବୀ, ସମ୍ମାନିତ ଅତିଥି ଭାବରେ ବେଠୁଆର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶୁପାଳ ବିଷୋୟୀ, ସି ଆର ସି ସି କାଳୁଚରଣ ଗୌଡ଼, ଶିକ୍ଷକ ଅନିଲ କୁମାର ମହାରଣା, ଅବସରପ୍ରାପ୍ତ ଶିକ୍ଷକ ପୀତବାସ ସାହୁ, ସାମ୍ବାଦିକ ହୃଦାନନ୍ଦ ଜେନା, ଏସ ଏମ ସି ସଭ୍ୟ ଶ୍ରୀହର୍ଷ ଗୌଡ଼, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ତାଙ୍କର ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଅତିଥିମାନେ ସ୍ୱର୍ଗୀୟ ଶିକ୍ଷକଙ୍କ ଛାତ୍ର ବତ୍ସଳ ଗୁଣାବଳୀ, ପ୍ରେରଣା ଶକ୍ତି, କର୍ତ୍ତବ୍ୟ ପରାଣୟତା, ଶିକ୍ଷାଦାନ ପଦ୍ଧତି, ପରୋପକାରୀ ଗୁଣ ଓ ସମୟାନୁବର୍ତିତା ଗୁଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଶୋକସଭାରେ ଶିକ୍ଷକ ବାଲ୍ମୀକି ପାଣିଗ୍ରାହୀ, ତୁଷାରକାନ୍ତ ମଲିକ, ପ୍ରମୋଦ କୁମାର ସେଠୀ, ରାମଚନ୍ଦ୍ର ବିଷୋୟୀ, ଜିତେନ୍ଦ୍ର କୁମାର ବେହେରା, ଅମର କୁମାର ନାୟକ, ତପନ କୁମାର ତ୍ରିପାଠୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।