ଭଞ୍ଜନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବେଲେଶ୍ବର ଶୈବ ପୀଠରେ ଶନିବାର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି । ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଯୋଗ ଶିବିରରେ ମୁଖ୍ୟ ଅତିଥି ରୁପେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୁପେ ଏନଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ ଯୋଗଦେଇଥିଲେ ।ଉକ୍ତ ଯୋଗ ଶିବିରରେ ଶରୀର ପ୍ରତି ଯୋଗର ଉପକାରିତା ଓ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବା ଉଚିତ ବୋଲି ଅତିଥି ଗଣ ବକ୍ତବ୍ୟରେ କହିଥିଲେ । ଯାହାଦ୍ୱାରା ମଣିଷ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ । ଯୋଗ ଶିବିରରେ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କ ସମେତ ବିଡ଼ିଓ ଭାରତୀ ଦେବୀ, ସିଡ଼ିପିଓ ମିଲିମା କୁମାରୀ ପଣ୍ଡା, ଏବିଡ଼ିଓ ପୁର୍ଣ୍ଣଚନ୍ଦ୍ର ପାଢୀ, ଅତିରିକ୍ତ ତହସିଲଦାର ଅବିନାଶ ମହାର, ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ଅବକାରୀ ଅଧିକାରୀ ଡମ୍ବୁରୁଧର ହରିଜନ, ନଗର ସାସଂଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି, ସମସ୍ତ ସରକାରୀ ଅଧିକାରୀ, କର୍ମଚାରି ଗଣ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏବଂ  ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗାଭ୍ୟାସ କରିଥିଲେ । ଯୋଗ ପ୍ରଶିକ୍ଷକ ଯୋଗ ପ୍ରଶିକ୍ଷଣ ଦେଇଥିଲେ । ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରଫୁଲ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।