ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ନିଜସ୍ଵ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ନିଜର ପ୍ରିୟ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କାର୍ଯକ୍ରମ ଅନୁଷ୍ଠିତ ହୋଇଛି । ବିରୋଧି ଦଳ ନେତାଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର ନେତୃତ୍ଵରେ ବ୍ଲକ ଓ ପୌରାଞ୍ଚଳ ଜନ ପ୍ରତିନିଧି, ନବୀନ ପ୍ରେମୀ, ବିଜେଡ଼ି ନେତା ଓ କର୍ମୀମାନେ ହିଞ୍ଜିଳିକାଟୁ ରାଜବାଟି ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଏକତ୍ରିତ ହୋଇ ନିଜର ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରି ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରିବା ସହ ପ୍ରାର୍ଥନା କରିଥିଲେ । ଏହା ବିରୋଧି ଦଳର ନେତାଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଆସନ୍ତା କାଲି ହିଞ୍ଜିଳି ଶୈବ ପୀଠରେ ୧୦ ହାଜର ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୨୩ ତାରିଖରେ ଗଞ୍ଜାମ ଜିଲ୍ଲାର ସମସ୍ତ ପୂର୍ବତନ ସାଂସଦ ଓ ବିଧାୟକ ଜନ ପ୍ରତିନିଧି ଓ ବରିଷ୍ଠ ନେତା ମାନେ ଉପସ୍ଥିତ ରହି ସହରରେ ଆଶୁ ଆରୋଗ୍ୟ କାମନା ଯାତ୍ରା ସହ ସମୂହ ପ୍ରାର୍ଥନା କରିବାର କାର୍ଯ୍ୟକ୍ରମ ରହିଛି ।