ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବାଲନ୍ଧାପଡା ପଞ୍ଚାୟତ ଅନ୍ତର୍ଗତ ବଉପଙ୍ଗା ଘିଉଗାଡି ଗ୍ରାମ l ଏହି ଗ୍ରାମରେ ମନ୍ଧ ଦିଗାଲ ନିଜ ମା ସ୍ତ୍ରୀ ପୁଅ ଝିଅମାନଙ୍କୁ ନେଇ ଦିର୍ଘ ବର୍ଷରୁ ଭଙ୍ଗା କାନ୍ଥ ଦଦରା କୁଡ଼ିଆରେ ରହିଆସୁଛନ୍ତି । ଗାଁ ଲୋକ ଓ ପରିବାର କହିବା ଅନୁସାରେ ଦୀର୍ଘ ବର୍ଷରୁ ପାଞ୍ଚ ଜଣ ସଦସ୍ୟ ବର୍ଷା ଖରାରେ ଏହି ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି । କିନ୍ତୁ ଦୁଃଖର ବିଷୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ଆବାସ ଯୋଜନା ମାଧ୍ୟମରେ ରହିବାକୁ ଘର ଯୋଗାଇ ଦେଉଛନ୍ତି l ପ୍ରଶାସନ ଅବହେଳା ଯୋଗୁଁ ଆଜିବି ଅନେକ ହିତାଧିକାରୀଙ୍କ ଅପହଞ୍ଚ ହୋଇ ରହି ଯାଉଛି ଆବାସ ଯୋଜନା l ଯାହାର ନଗ୍ନ ଚିତ୍ର ମନ୍ଧ ଦିଗାଳଙ୍କ କ୍ଷେତ୍ରରେ ଦେଖା ଦେଇଛି l ଏହି ପରିବାରକୁ ଆଜିବି ମାଗଣା ଚାଉଳ ଓ ଭଲ ଘର ଖଣ୍ଡିଏ ମିଳି ପାରିନାହିଁ l ଯାହା ଫଳରେ ଏହି ଗରିବ ପରିବାର ଦିନେ ଖାଦ୍ୟ ଖାଇ ଦିନେ ଉପବାସରେ ରହୁଥିବା କହିଛନ୍ତି ବୋଉପଙ୍ଗା ଗ୍ରାମବାସୀ l ଜିଲ୍ଲା ପ୍ରଶାସନ ଅଣଦେଖା ଯୋଗୁଁ ଏହି ଗରିବ ପରିବାର ଝାଟିମାଟି କୁଡ଼ିଆରେ ଜୀବନ ବିତାଉଛନ୍ତି କହିଛନ୍ତି ଅଞ୍ଚଳ ବାସୀ । ମନ୍ଧ ଦିଗାଳ ନୂତନ ରେସନ କାର୍ଡ ଓ ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈାଣସି ସହଯୋଗ ମିଳୁନ ଥିବାରୁ ମାନସିକ ସ୍ତରରେ ଭାଙ୍ଗି ପଡ଼ି ଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛିନ୍ତି ମନ୍ଧ ଦିଗାଳ l ବୋଉପଙ୍ଗା ଘିଉଗାଡିର ମନ୍ଧ ଦିଗାଲ ଯୋଗ୍ୟ ହିତାଧିକାରୀ ହୋଇ ଥିଲେ ସୁଦ୍ଧା ପ୍ରଶାସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁନ ଥିବା ଅତ୍ୟନ୍ତ ଚିନ୍ତଜନକ ବୋଲି ଅଞ୍ଚଳ ବାସୀ ମତପ୍ରକାଶ କରିଛନ୍ତି l ହେଲେ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାର ବିକାଶ ହୋଇ ଥିବା ଡିଣ୍ଡିମ ପିଟୁ ଥିବା ବେଳେ ଝାଟିମାଟି କୁଡ଼ିଆରେ ରହି ଆସୁଥିବା ମନ୍ଧ ଦିଗାଳଙ୍କ ପରିବାରକୁ ମିଳୁନାହିଁ ରାସନ୍ କାର୍ଡ ଓ ଆବାସ ଯୋଜନା ଗୃହ l ଦିନ ମଜୁରିଆ ଭାବେ ଯେତିକି ମଜୁରୀ ମିଳୁଛି ସେତିକିରେ ପରିବାର ଚଳିବା ବହୁତ କଷ୍ଟକର ହୋଇ ପଡୁଛି l ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି ମନ୍ଧ ଦିଗାଲ । ଦେଖାଯାଉ ସରକାର ଓ ପ୍ରଶାସନର ଦୃଷ୍ଟି କେବେ ପଡିବ ମନ୍ଧ ଦିଗାଲଙ୍କ ପରିବାରର ଉପରେ ଓ ମନ୍ଧ ଦିଗାଲ ପରିବାରର ଦୁଃଖ ସରକାର କେବେ ଶୁଣୁଛନ୍ତି ତାହା ଦେଖିବାକୁ ବାକି ରହିଲା l