ଚକାପାଦ(ବାଲକୃଷ୍ଣ କହଁର): ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମର ସୁଦର୍ଶନ କହଁର(ଲାଲୁ) ଗତ ତା 10/05/2025 ରିଖ ଠାରୁ ନିଖୋଜ ଥିଲେ l ଏନେଇ ସୁଦର୍ଶନ କହଁରଙ୍କ ସ୍ତ୍ରୀ ଝରଣା ବେହେରା ଟିକାବାଲି ଥାନାରେ ଅଭିଯୋଗ କରିଥିଲେ I ଟିକାବାଲି ପୁଲିସ ଏନେଇ ଏକ ନିଖୋଜ ମାମଲା ୧୫/୨୫ରେ ରୁଜୁ କରି ତଦନ୍ତ ଜାରି ରଖିଥିଲେ I ଆଜି ଟିକାବାଲି ପୁଲିସ ଲାଇନପଡା ଅଞ୍ଚଳ ଗଣାକୁପା ଜଙ୍ଗଲରୁ ସୁଦର୍ଶନ କହଁରଙ୍କ ଏକ ଗଛରେ ଝୁଲୁଥିବା ମୃତ ଦେହ ଉଦ୍ଧାର କରିଛି I ମୃତକଙ୍କ ସ୍ତ୍ରୀ ଝରଣା ବେହେରା ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଥିବା ନେଇ ଟିକାବାଲି ଥାନାରେ ଅଭିଯୋଗ କରିଛନ୍ତି I ପୁଲିସ ଏକ ହତ୍ୟା ମାମଲା ୧୨୨/୨୫ରେ ରୁଜୁ କରି ମୃତ ଦେହକୁ ଜବତ କରିଛି ସାଇଣ୍ଟିଫିକ ଟିମର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ବର କର ସୂଚନା ଦେଇଛନ୍ତି I