ହିଞ୍ଜିଳି ପୁଲିସକୁ ଖୋଲା ଚ୍ୟାଲେଞ୍ଜ: ଥାନା ସମ୍ମୁଖରୁ ଚୋରୀ, ଦୃର୍ବୁତ୍ତ ଫେରାର…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁରେ ମାତିଛନ୍ତି ଲୁଟେରା l ଗତ ବିଳମ୍ବିତ ରାତିରେ  ହିଞ୍ଜିଳି ଥାନା ସମ୍ମୁଖରେ ଥିବା ଅନ୍ତର୍ଯ୍ୟାମୀ ପାତ୍ରଙ୍କ ଘରୁ ଲୁଟିଲେ ଲୁଟେରା । ଦୃର୍ବୁତ୍ତମାନେ ଘର ବାରିପଟ ଲୁହା ଜାଲି ଭାଙ୍ଗି ଘରେ ପଶିବା ସହିତ ଘର ଆଲମାରୀରୁ ସୁନା ଚୁଟି ଏକ ହଳ, ସୁନା କାନ ଫୁଲ, ବେକ ହାର, ଚନ୍ଦ୍ର ହାର, ସୁନାଚେନ୍, ସୁନା ଲକେଟ୍, ରୂପା ପାଉଁଚି 5ହଳ, ରୂପା ମୁଦି, 3ଟି ମୋବାଇଲ ଫୋନ, ସୋନି କ୍ୟାମେରା  ଚୋରି କରିଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ହିଞ୍ଜିଳି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଥାନା ସମ୍ମୁଖରୁ ଦୃର୍ବୁତ୍ତମାନେ ଲୁଟ କରି ଫେରାର ହୋଇଥିବା ବେଳେ ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଦୃର୍ବୁତ୍ତ ।