ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ବ୍ଲକରେ ଦିନକୁ ଦିନ ଜଙ୍ଗଲ ହ୍ରାସ ଓ ପୋଡ଼ୁ ଚାଷ ଯୋଗୁଁ ଜଙ୍ଗଲି ଜୀବଜନ୍ତୁ ଓ ସରିସୃପ ଗାଁ ମୁଖା ହେଲେଣି । ଏଭଳି କେତେ ଯେ ଅଘଟଣ ସବୁଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରିଥାଏ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ପଞ୍ଚାୟତର ଦୁପୁଲୁପାଡୁ ଗ୍ରାମରେ । ଗତ ୧୬ ତାରିଖ ରାତିରେ ଘରେ ଶୋଇଥିବା ସମୟରେ ପ୍ରସନ୍ନ କୁମାର ଶବରଙ୍କ ୧୬ ବର୍ଷିଆ ପୁଅ ବିରେନ୍ଦ୍ର କୁମାର ଶଵରଙ୍କୁ ସାପ କାମୁଡି ଦେଇଥିଲା । ଗୋଡ଼ରୁ ରକ୍ତ ବାହାରୁଥିବା ଦେଖି ବିରେନ୍ଦ୍ର ବାପାଙ୍କୁ କହିଥିଲେ । ସଙ୍ଗେ ସଙ୍ଗେ ବିରେନ୍ଦ୍ରଙ୍କୁ ପଦ୍ମପୁର ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିଲା । ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ବିରେନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ୧୬ ବର୍ଷିଆ ଏକମାତ୍ର ପୁଅକୁ ହରାଇ ବାପା ମାଆ ଦୁଃଖ ରେ ଭାଙ୍ଗି ପଡିଛନ୍ତି l