ରାୟଗଡ଼ (ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ରାୟଗଡ ଗ୍ରାମକୁ ଆଜି ଏଗାରଟା ବେଳେ ଦାଦନ ଶ୍ରମିକଙ୍କ ମୃତ ଦେହ ପହଞ୍ଚି ଥିବା ଦେଖିବାକୁ ମିଳିଛି । ମୃତ ଦେହ କୁହାଟ ଠାରୁ ରାୟଗଡ଼ ପର୍ଯ୍ୟନ୍ତ୍ ଯୁବକ ମାନେ ବାଇକ୍ ସଭା ଯାତ୍ରା କରି ଆଣିଥିଲେ l
ମୃତ ଯୁବକ ଜଣକ ହେଲେ ରାୟଗଡ ଖ୍ରୀଷ୍ଟିଆନ ସାହିର ୨୩ ବର୍ଷୀୟ ରିତେଶ ମିଶାଲ ବୋଲି ସୂଚନା ମିଳିଛି । ସୂଚନା ପ୍ରକାରେ ସ୍ବର୍ଗତ ମିଶାଲ ବହୁ ଦିନରୁ ବେଙ୍ଗଲରର ଏକ ଘୋରୋଇ କମ୍ପାନୀରେ କାମ କରି ଆସୁଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସା କରି ଥିଲେ । ସେଠାରେ ସେ ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ନେଇ ଆସି ଏକ ଘୋରଇ ଚିକିତ୍ସାଳୟରେ ଚିକିତ୍ସା କରୁଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ନିଜ ପରିବାର ପୋଷିବା ଆଉ ନିଜର ଜୀବନ ଜୀବିକା ପାଇଁ ଗଜପତି ଜିଲ୍ଲାରୁ ବହୁ ଲୋକେ ଦାଦନ ଖଟିବାକୁ ଯାଉଥିବା ବେଳେ ସେଠାରୁ ପ୍ରାୟ ମୃତ ଶବ ହୋଇ ହିଁ ଫେରୁଛନ୍ତି । ହେଲେ କିଛି ବିଶେଷ ବର୍ଗର ଲୋକେ ରାଜନୀତିର ପଦବୀ ରେ ବସି କେବଳ ମାଗୁର କାନ୍ଦଣା କାନ୍ଦି ରାଜନୀତି କରିବାରେ ବ୍ୟସ୍ତ ଅଛନ୍ତି ବୋଲି ସ୍ଥାନୀୟ ବାସିନ୍ଧା ମଟପ୍ରକାଶ କରିଛନ୍ତି ।